ଭୁବନେଶ୍ୱର, ଆଜି ସ୍ଥାନୀୟ ଓଡ଼ିଶା ପ୍ରାଣୀସମ୍ପଦ ବିକାଶ ସମିତି ଠାରେ “ମତ୍ସ୍ୟ – ପ୍ରାଣୀ ସମାବେଶ ଓଡ଼ିଶା -୨୦୨୫” ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସମାବେଶର ସଫଳ ଆୟୋଜନ ନେଇ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥର ସମାବେଶରେ ରାଜସ୍ଥାନରୁ ଚାମ୍ପିଅନ ମଇଁଷି ଷଣ୍ଢ ଭୀମ ଆସିବ । ପୁଙ୍ଗନୂର୍ ଗାଈ ମଧ୍ୟ ପ୍ରଦର୍ଶିତ ହେବ। ତା ସହିତ ଏହି ସମାବେଶରେ ସର୍ବଭାରତୀୟ ସ୍ତରରୁ ବିଭିନ୍ନ କମ୍ପାନୀ ଓ ଅନୁଷ୍ଠାନ ସେମାନଙ୍କ ଷ୍ଟଲ ଖୋଲିବେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରଦର୍ଶନ ହେବ । ଫଳରେ ରାଜ୍ୟର ଗୋପାଳକ, ପ୍ରାଣୀ ପାଳକ ଓ ମତ୍ସ୍ୟ ଚାଷୀମାନେ ଏଥିରୁ ଶିକ୍ଷା ଲାଭ କରି ନିଜ ବୃତ୍ତିରେ ପ୍ରୟୋଗ କରିବେ । ଆଜିର ବୈଠକରେ ମତ୍ସ୍ୟ ନିର୍ଦ୍ଦେଶକ ସାଦିକ ଆଲମ୍, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।