ଜୟପୁର, ଜୟପୁର ଦମକଳ ବିଭାଗ ତରଫରୁ ଅଗ୍ନି ନିରାପତ୍ତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ଦିନ ୧୧ଟା ୩୦ ରେ ଅନୁଷ୍ଠିତ ହୋଇଛି । ହାତିଶାଳ ସ୍ଥିତ ଏକ ଘୋରଅ ବିଦ୍ୟାଳୟର ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଠାରେ ଆସିଷ୍ଟାଣ୍ଡ ଫାୟାର ଅଫିସର ସୁରେଶ କୁମାର ବାରିକଙ୍କ ତତ୍ୱାବଧାନରେ ଦମକଳ ବିଭାଗ କର୍ମଚାରି ମାନେ ସଚେତନତା କରିଥିଲେ । ଅଗ୍ନିକାଣ୍ଡ ଘଟିଲେ ଜରୁରି ଅବସ୍ଥାରେ କିପରି ମୁକାବିଲା କରାଯାଇପାରିବ ସେନେଇ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଦମକଳ ବିଭାଗ ତରଫରୁ ସଚେତନ କରାଯାଇଥିଲା ।
ଏହା ଦମକଳ ବିଭାଗର ଅଗ୍ନି ନିରପତ୍ତା ରୋବୋଟିକ ଫାୟାର ଫାଇଟିଙ୍ଗ ୟୁନିଟ ଦୁଇ ଚକିଆ ଅଗ୍ନି ନିର୍ବାପକ ଯାନ, ନୂଆ ଚାରି ଚକିଆ କ୍ୱିଇକ ରେସପୋନ୍ସ ଭେଇକଲ ଗାଡି ଯନ୍ତ୍ରପାତି ପ୍ରଦର୍ଶିତ କରାଯାଇଥିଲା ।
Related Stories
February 1, 2025