ଗାଜିଆବାଦ– ଉତର ପ୍ରଦେଶର ଗାଜିଆବାଦ ଜିଲ୍ଲାର ସାହିବାବାଦ ଥାନା ଅଂଚଳରେ ଭୋପୁରାରେ ଆଜି ଭୋର ସମୟରେ ଭାରତ ଗ୍ୟାସର ରୋଷେଇ ଗ୍ୟାସ ସିଲିଣ୍ଡର ବୋଝେଇ ଏକ ଟ୍ରକରେ ଭୟାବହ ନିଆଁ ଲାଗିଛି । ସିଲିଣ୍ଡର ଫାଟିବା କାରଣରୁ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ପୂରା ଅଂଚଳ ଦୋହଲିଯାଇଥିଲା । ନିକଟରେ ଥିବା ଦୁଇଟି ଘର ଓ ତିନି ଚାରୋଟି ଗାଡିରେ ନିଆଁ ଲାଗିଯାଇଛି ।
ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚିଛି ଏବେ ଦେଢ ଘଂଟାର କଡା ପରିଶ୍ରମ ପରେ ଫାୟାର ବ୍ରିଗେଡର 10ଟି ଗାଡିରୁ ନିଆଁ ଲିଭାଯାଇଛି । ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି ।