ନୂଆଦିଲ୍ଲୀ- ବିଜେପିର ବରିଷ୍ଠ ନେତା, ଷ୍ଟାର ପ୍ରଚାରକ ଓ କେନ୍ଦ୍ର ଗୃହମନ୍ତ୍ରୀ ତଥା ସହକାରିତା ମନ୍ତ୍ରୀ ଅମିତ ଶାହ ଆଜି ପୁଣିଥରେ ଦିଲ୍ଲୀର ନିର୍ବାଚନୀ ମୈଦାନକୁ ଓହ୍ଲାଇବେ । ଆଜି ତାଙ୍କର ଦୁଇଟି ଜନସଭା ହେବ । ଏହା ବ୍ୟତୀତ ଗୋଟିଏ ବିଧାନସଭା କ୍ଷେତ୍ରରେ ରୋଡ୍ ସୋ କରିବେ ।
ବିଜେପି ଅନୁସାରେ, ଶାହ ଆଜି ଦ୍ୱିପ୍ରହର ପରେ ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରଚାରର ଆରମ୍ଭ ମୁସ୍ତଫାବାଦ ବିଧାନସଭା କ୍ଷେତ୍ରରୁ କରିବେ । ସେ ଅପରାହ୍ନ 3.30 ଶିବବିହାର ପୁଲିଆରେ ଜନସଭାକୁ ସଂବୋଧିତ କରିବେ । ଏହାର ଘଂଟାକ ପରେ ତାଙ୍କ ଦ୍ୱିତୀୟ ଜନସଭା କରାୱଲ ନଗର ବିଧାନସଭା କ୍ଷେତ୍ରରେ ହେବ ।