ମହାକୁମ୍ଭ ନଗର (ପ୍ରୟାଗରାଜ), ସମ୍ପୂର୍ଣ୍ଣ ବିଶ୍ୱର ଆକର୍ଷଣର କେନ୍ଦ୍ର ପାଲଟିଥିବା ପ୍ରୟାଗରାଜ ମହାକୁମ୍ଭ ତିନୋଟି ନୂତନ କୀର୍ତିମାନ ରଚିଛି । ବିଶ୍ୱର ୧୧୬ ଦେଶର କୁଟନୀତିଜ୍ଞ ଆଜି ମହାକୁମ୍ଭ ନଗର ଆସୁଛନ୍ତି । ସମସ୍ତ କୁଟନୀତିଜ୍ଞ ପ୍ରୟାଗରାଜର ବମରୌଲି ବିମାନ ବନ୍ଦରରେ ଓହ୍ଲାଇବେ । ସେଠାରୁ ହେଲିକପ୍ଟର ଯୋଗେ ଅରୈଲ ପହଂଚିବେ । କୁଟନୀତିଜ୍ଞ ମାନଙ୍କ ସହିତ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପହଂଚିବେ । ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତଙ୍କୁ ପ୍ରୟାଗରାଜରେ ସ୍ୱାଗତ କରିବେ । ସମସ୍ତ କୁଟନୀତିଜ୍ଞ ଅରୈଲ ପହଂଚିବା ପରେ ସର୍ବ ପ୍ରଥମେ ନିଜ ନିଜ ଦେଶର ପତକା ଉତୋଳନ କରିବେ । ଏହାପରେ ବୁଡ ପକାଇବାକୁ ସଙ୍ଗମରେ ପହଂଚିବେ । ଏହି ବିଶ୍ୱସ୍ତରିୟ ଆୟାଜନ ଗଙ୍ଗା ତଟରେ ହେବ । ଏହି ସମାଗମରେ ରୁଷ୍ ଓ ୟୁକ୍ରେନ ର ରାଷ୍ଟ୍ରଦୂତ ମଧ୍ୟ ସାମିଲ୍ ହେବେ । ଏହା ବ୍ୟତୀତ ଆମେରିକା, ବାଙ୍ଗଲାଦେଶ, ଜାପାନ, ଜର୍ମାନୀ, ହଙ୍ଗେରି, ବେଲାରୁସ, କଜାକିସ୍ତାନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ୍, ମାଲେଶିୟା, ଜିମ୍ବାୱେ, କମ୍ବୋଡିୟା, ଇଟାଲି, ନେପାଳ, ଥାଇଲ୍ୟାଣ୍ଡ, ସ୍ୱିଡେନ ଏବଂ ସ୍ୱିଜରଲ୍ୟାଣ୍ଡ ସମେତ ୧୧୬ ଦେଶର କୁଟନୀତିଜ୍ଞ ଅମୃତ କାଳର ସାକ୍ଷୀ ହେବେ ।
ମେଳା ଅଧିକାରୀ ବିଜୟ କିରନ ଆନନ୍ଦଙ୍କ ଅନୁସାରେ, କୁଟନୀତିଜ୍ଞ ମାନେ ସଙ୍ଗମରେ ବୁଡ଼ ପକାଇବା ପରେ ଅକ୍ଷୟବଟ ଏବଂ ହନୁମାନଙ୍କ ଦର୍ଶନ କରିବେ । ଏହା ପରେ ଡିଜିଟାଲ ଅନୁଭୂତି କେନ୍ଦ୍ରରେ ପ୍ରୟାଗରାଜର ମହାତ୍ମ୍ୟ ସମ୍ବନ୍ଧରେ ସୂଚନା ସୂଚନା ନେବେ ।
Related Stories
February 1, 2025