ଭୁବନେଶ୍ୱର– ରାଷ୍ଟ୍ରୀୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିବା ପରେ ବାବୁଲୁ ମୁଣ୍ଡାକୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିନନ୍ଦନ ଜଣାଇଛନ୍ତି ।
ସେ ତାଙ୍କର ସୋସିଆଲ୍ ମିଡିଆ ଏକ୍ସରେ ଲେଖିଛନ୍ତି, “ଓଡିଶାର ବୁଶୁ ଷ୍ଟାର୍ ବାବୁଲୁ ମୁଣ୍ଡାକୁ 38ମ ରାଷ୍ଟ୍ରୀୟ କ୍ରୀଡାରେ ପୁରୁଷ 48 କିଲୋଗ୍ରାମ୍ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିବାରୁ ହାର୍ଦିକ ଅଭିନନ୍ଦନ । ଆପଣଙ୍କର ଅଦ୍ବିତୀୟ ଉପଲବ୍ଧି ଓଡିଶାର ଗୌରବ ବୃଦ୍ଧି କରିଛି ଏବଂ ଯୁବ ଖେଳାଳୀ ମାନଙ୍କ ପାଇଁ ପ୍ରେରଣା ଦେଉଛି । ଆଗାମୀରେ ଆପଣଙ୍କୁ ଅଧିକ ସଫଳତା ମିଳୁ, ଏହା ହିଁ କାମନା କରୁଛି । “
Related Stories
February 1, 2025