ଭୁବନେଶ୍ୱର: ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଆଜି ଅବସରପ୍ରାପ୍ତ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ମଧୁସୂଦନ ପାଢ଼ୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ତୋଷଳି ଭବନସ୍ଥିତ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପହଞ୍ଚି ଶ୍ରୀ ପାଢ଼ୀ ପୂର୍ବତନ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଅଷ୍ଟମ ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଦାୟିତ୍ୱ ଗ୍ରହଣ ପରେ ରାଜ୍ୟ ନିର୍ବାଚନ ଆୟୁକ୍ତର ସମସ୍ତ ଅଧିକାରୀ ଓ କର୍ମଚାରୀ ଶ୍ରୀ ପାଢ଼ୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ପରେ ଅଧିକାରୀମାନଙ୍କ ସହ ଆଲୋଚନା କରି ଶ୍ରୀ ପାଢ଼ୀ ସମସ୍ତଙ୍କୁ ନିଷ୍ଠାପର ଓ ଦାୟିତ୍ୱର ସହ କାର୍ଯ୍ୟ ସଂପାଦନ କରି ନିର୍ବାଚନ ଆୟୁକ୍ତର ଗରିମା ବଜାୟ ରଖବାକୁ ପରାମର୍ଶ ଦେଇଥିଲେ । ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳନା କରି ରାଜ୍ୟବାସୀଙ୍କ ଅସ୍ଥାଭାଜନ ହେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ ।
ଶ୍ରୀ ପାଢ଼ୀ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରି ଅବସର ଗ୍ରହଣ କରିଥିଲେ ।
Related Stories
February 1, 2025
February 1, 2025