ବଲାଙ୍ଗିର, ଆଗଲପୁର ବ୍ଲକ୍ ଅନ୍ତର୍ଗତ ଝରନିପାଲି ଗ୍ରାମ ପଞ୍ଚାୟତଠାରେ ସ୍ଵତନ୍ତ୍ର ଗ୍ରାମ ସଭା ସରପଞ୍ଚ ଶ୍ରୀମତୀ ସୁନୀତା ସାହୁ ଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ ଅନୁଷ୍ଟିତ ହୋଇଯାଇଛି।ଏହି ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ପଧାନ ସମସ୍ତଙ୍କୁ ସ୍ବାଗତ ଜଣ।ଇ ସାମୁହିକ କାର୍ଯକ୍ରମ ଉପରେ ପ୍ରସ୍ତାବ ଜଣାଇବା ପାଇ ପ୍ରକାଶ କରିଥିଲେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥାପିତ ଥିବା ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଙ୍କୁ ସ୍ଵାଗତ ଜଣାଇ ଶିଶୁ ସୁରକ୍ଷା ଉପରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୋଜନା ଉପରେ ବକ୍ତବ୍ୟ ପ୍ରଦାନ କରିବାକୁ ପ୍ରକାଶ କରିଥିଲେ। ଏହି ସ୍ଵତନ୍ତ୍ର ଗ୍ରାମ ସଭା ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ର ଜିଲ୍ଲା ପରାମର୍ଶଦାତା ଶ୍ରୀ ପ୍ରମୋଦ ବଗର୍ତ୍ତି ପଞ୍ଚାୟତ ଶିଶୁ ସୁରକ୍ଷା ଯୋଜନା ଉପରେ ଉପସ୍ଥାପନ କରିଥିଲେ ଯଥା ପିତୃ ମାତୃ ହିନ ଶିଶୁଙ୍କୁ ପୋଷ୍ଟ ପୋଷକତ ରାଶି ସହାୟତା ପ୍ରଦାନ ପାଇଁ ଶିଶୁ ଙ୍କୁ ଚିହ୍ନଟ, ଶିକ୍ଷା ପାଇଁ ସୁଦକ୍ଷ। ଜୋଜନା,ଯୋସଦା ଯୋଜନା ଏବଂ ଶିଶୁଙ୍କ ପାଇଁ ସାମୁହିକ ସଚେତନତା ଉପରେ ସରପଞ୍ଚଙ୍କ ପରାମର୍ଶ କ୍ରମେ ୨୦୨୫-୨୦୨୬ ଆର୍ଥିକ ବର୍ଷ ପାଇଁ ୧,୦୦,୦୦୦/- ଏକ ଲକ୍ଷ ଟଙ୍କାର ପ୍ରସ୍ତାବ ରଖିବା ସହିତ ପୂର୍ବ ବର୍ଷ ପାଇ ଥିବା ୧,୦୦,୦୦୦/- ଟଙ୍କା ଶିଶୁ ମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ଯୋଜନା ପଞ୍ଚାୟତ ସ୍ତରରେ ନିଷ୍ପତି ପ୍ରଦାନ କରାଗଲା,ଏହି ଅବସରରେ ୱାର୍ଡ ମେମ୍ବର,ଆଶା ,ଅଙ୍ଗନୱାଡ଼ି, ପଞ୍ଚାୟତ ର ଜନସାଧାରଣ ,ପଲ୍ଲୀ ଆଲୋକ ପାଠାଗାର ର ପ୍ରକଳ୍ପ ସଂଯୋଜକ ହୀରାଲାଲ୍ ମିଶ୍ର, ପିଣ୍ଟୁ ପଧାନ ଉପସ୍ଥିତ ଥିଲେ।ଏହି ଅବସରରେ ପଞ୍ଚାୟତ ର ନୋଡାଲ ଅଫିସର୍ ଉପସ୍ଥିତ ଥିଲେ।