ମହାକୁମ୍ଭନଗର– କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ ସୋମବାର ସନ୍ଥଙ୍କ ସହିତ ସଙ୍ଗମରେ ଆସ୍ଥାର ବୁଡ ପକାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ସୋମବାର ପୂର୍ବାହ୍ନ 11.25ଟା ବେଳେ ପ୍ରୟାଗରାଜରେ ପହଂଚିଛନ୍ତି । ଏୟାରପୋର୍ଟରେ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ଯୋଗୀ କ୍ୟାବିନେଟର ମନ୍ତ୍ରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କ ସ୍ୱାଗତ କରିଥିଲେ । ସଙ୍ଗମ ଘାଟରେ ପବିତ୍ର ସ୍ନାନ ପୂର୍ବରୁ ସେ ଧର୍ମାଚାର୍ଯ୍ୟଙ୍କୁ ଭେଟିଛନ୍ତି । ଏହାପରେ ସନ୍ଥମାନଙ୍କ ସହିତ ପବିତ୍ର ବୁଡ ପକାଇଥିଲେ । ସଙ୍ଗମ ସ୍ନାନ ପରେ ଗୃହମନ୍ତ୍ରୀ ଅକ୍ଷୟବଟର ଦର୍ଶନପୂଜନ କରିଥିଲେ ।