କୋଲକାତା– ଆରଏସଏସର ସରସଂଘଚାଳକ ମୋହନ ଭାଗବତଙ୍କ ଆସନ୍ତାମାସରେ ପଶ୍ଚିମବଙ୍ଗରେ ହେବାକୁ ଥିବା ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ତାଙ୍କ କୋଲକାତା ଆଗମନ ତାରିଖକୁ ଆଗକୁ ବୃଦ୍ଧି କରାଯାଇଛି ଏବଂ ରାଜ୍ୟରେ ତାଙ୍କ ପ୍ରବାସ ଦିନ ସଂଖ୍ୟା ବି ହ୍ରାସ କରାଯାଇଛି । ସୂତ୍ର ମୁତାବକ ମୋହନ ଭାଗବତ ପ୍ରଥମେ ଫେବୃୟାରୀ 7ରେ କୋଲକାତା ଆସିବାର ଥିଲା, କିନ୍ତୁ ଏବେ ଏହି ତାରିଖ ପରିବର୍ତ୍ତନ କରାଯାଇ ଫେବୃୟାରୀ 11 କରାଯାଇଛି । ଏହାସହିତ ତାଙ୍କ 10ଦିନିଆ କାର୍ଯ୍ୟକ୍ରମକୁ ଏବେ କେବଳ ଚାରିଦିନ କରାଯାଇଛି । ନୂଆ କାର୍ଯ୍ୟକ୍ରମ ଅନୁସାରେ ଭାଗବତ ଫେବୃୟାରୀ 11ରେ କୋଲକାତାରେ ପହଂଚିବେ ଏବଂ ସେହିଦିନ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ବର୍ଦ୍ଦମାନ ଯିବେ । ମଧ୍ୟ ବଙ୍ଗର ଜିଲ୍ଲାରେ ଆଦିବାସୀ ବହୁଳ ଅଂଚଳରେ ଆରଏସଏସ ଗତିବିଧି ତାଙ୍କ ଗସ୍ତର ଫୋକସରେ ରହିବ ।