ଡେରାଡୁନ– ଉତରାଖଣ୍ଡରେ ସମାନ ନାଗରିକ ସଂହିତା ସୋମବାର ଲାଗୁ ହୋଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଧାମୀ ଦ୍ୱିପ୍ରହର ସମୟରେ ମୁଖ୍ୟମନ୍ତ୍ରୀ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ୟୁସିସିଲାଗୁ କରିବା ପାଇଁ ନିୟମାବଳୀ ଓ ପୋର୍ଟାଲର ଲୋକାର୍ପଣ କରିଛନ୍ତି । ଏହାସହିତ ଉତରାଖଣ୍ଡ ସ୍ୱତନ୍ତ୍ର ଭାରତର ପ୍ରଥମ ଏଭଳି ରାଜ୍ୟ ଯେଉଁଠି ଏହି ଆଇନ କାର୍ଯ୍ୟକାରୀ ହୋଇଛି । ଏହାପର ଠାରୁ ବିବାହ, ଛାଡପତ୍ର, ଲିଭଇନ୍, ଲିଭଇନରୁ ଭିନ୍ନ ହେବା, ଉତରାଧିକାର ଆଦିର ଅନଲାଇନ ପଂଜିକରଣ ଆରମ୍ଭ ହୋଇଛି । ସମାନ ନାଗରିକ ସଂହିତା ପାଇଁ 2022 ମେ 27ରେ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା ।
ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି ଯେ, ୟୁସିସିର ନିୟମାବଳୀକୁ ସଂବନ୍ଧିତ ଅଧିକାରୀଙ୍କ ଟ୍ରେନିଂ ପରେ ଲାଗୁ କରାଯାଇଛି । ୟୁସିସିରେ ସମାଜରେ ଏକରୂପତା ଆସିବ ଏବଂ ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାର ଓ ଦାୟିତ୍ୱ ସୁନିଶ୍ଚିତ ହେବ ବୋଲି ସେ କହିଛନ୍ତି ।