ଭୁବନେଶ୍ୱର – ମଙ୍ଗଳବାର ଠାରୁ ୬ଟି ସ୍ଥାନରେ ପଦୋନ୍ନତି ଅଦାଲତ ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଶୁଣାଣୀ କରିଥିବା ବେଳେ ଉନ୍ନୟନ କମିଶନର ଗୋପବନ୍ଧୁ ଏକାଡେମୀ ଠାରେ , ପ୍ରଦୀପ ଜେନା କଳିଙ୍ଗ ଷ୍ଟାଡିୟମ୍ ଠାରେ, ଆରକେ ଶର୍ମା ଆଇଏସଆରଡି ଠାରେ ପଦୋନ୍ନତି ମାମଲାର ଶୁଣାଣୀ କରିଛନ୍ତି । ଡିସେମ୍ବର ୩୧ ତାରିଖ ସୁଦ୍ଧା ପଦୋନ୍ନତି ପାଇବାକୁ ଯୋଗ୍ୟଥିବା କିନ୍ତୁ ପଦୋନ୍ନତି ପାଇନଥିବା ସରକାରୀ କର୍ମଚାରୀମାନଙ୍କ ପାଇଁ ଜାନୁଆରୀ ୨୮, ୨୯ ଓ ୩୧ ତାରିଖରେ ପ୍ରଥମ ରାଉଣ୍ଡ ପଦୋନ୍ନତି ଅଦାଲତ ହେବା ପାଇଁ ସ୍ଥିର ହୋଇଛି । ଏଥି ପାଇଁ ପ୍ରଥମ ପର୍ଯ୍ୟାୟରେ ୮୯୦୯ ଅଭିଯୋଗ ଆସିଥିଲା । ୨୨୭୩ ଦରଖାସ୍ତକାରୀଙ୍କ ନାମ ତାଲିକାଭୁକ୍ତ ହୋଇଛି ।
ଏସମ୍ପର୍କରେ ରହିଥିବା ଦରଖାସ୍ତକାରୀମାନଙ୍କ ଆବେଦନ ପାଇଁ ଦ୍ୱିତୀୟ ରାଉଣ୍ଡ ଶୁଣାଣି ଫେବୃଆରୀ ମାସ ୨୭, ୨୮ ଓ ୨୯ ତାରିଖକୁ ଧାର୍ଯ୍ୟ କରାଯାଇଛି ।