ଭୁବନେଶ୍ୱର,ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରବି ନାରାୟଣ ନାଏକ,ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡିଶାଙ୍କ ଦ୍ଵାରା ଅନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ, ମିଳିତ ପ୍ୟାରେଡ୍ର ଅଭିବାଦନ ଗ୍ରହଣ, ସମବେତ ଜନତା ତଥା ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଜ୍ଞାପନ ମେଢ ପ୍ରଦର୍ଶନ, ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ତଥା ଉତ୍ତମ ପ୍ରଦର୍ଶନ ନିମନ୍ତେ ବ୍ୟକ୍ତି /ଅନୁଷ୍ଠାନ /କର୍ମଚାରୀଙ୍କୁ,ପ୍ୟାରେଡର କୃତି ଦଳଙ୍କୁ ପୁରସ୍କାର ପ୍ରଦାନ, ଜିଲ୍ଲା ଶିଶୁଗୃହ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପ କାରାଗାରରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ। ସୋନପୁର ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମ ପଞ୍ଚାୟତ ବାବୁପାଲି ଓ ମଧୁପୁର ରେ ୨ ଗୋଟି ଭି ଏସ ଏସ କୋଠାର ଉଦଘାଟନ ସହ ଜିଲ୍ଲାର ୬ଟି ବ୍ଲକର ୯୩ ଗୋଟି ନୂତନ ଅମୃତ ସରୋବରର ଭିତ୍ତି ପ୍ରସ୍ତର ସ୍ଥାପନ।