ଅହମଦାବାଦ– ଗୁଜରାଟର ରାଜକୋଟ ଗ୍ରାମୀଣ ସ୍ପେଶାଲ ଅପରେସନ ଗ୍ରୁପ ଦୁଇ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରିଛନ୍ତି । ଦୁଇ ବ୍ୟକ୍ତି ମୂଳ ଭାବେ ମୋନୀରାମପୁର, ଜୋସର ଥାନା, ଜିଲ୍ଲା ଜୋସର ଢାକାର ବାସିନ୍ଦା । ଗଣତନ୍ତ୍ର ଦିବସର ଦିନକ ପୂର୍ବରୁ ଭାରତ ଆସିବାର ମନୋବୃତ୍ତିକୁ ନେଇ ପଚରାଉଚରା କରାଯାଉଛି ।
ରାଜକୋଟ ରେଂଜ ପୋଲିସ ମହାନିରୀକ୍ଷକ ଅଶୋକ କୁମାର ଯାଦବ ଓ ପୋଲିସ ଅଧୀକ୍ଷକ ହିମକର ସିଂହ ଗଣତନ୍ତ୍ର ଦିବସର ଆୟୋଜନକୁ ନେଇ ସମସ୍ତ ଥାନାରେ ଅନୁପ୍ରବେଶକାରୀଙ୍କ ସଂପର୍କରେ ଆଲର୍ଟ ବି ଜାରି କରିଥିଲେ । ଏହି ନିର୍ଦ୍ଦେଶକୁ ନେଇ ରାଜକୋଟ ଗ୍ରାମୀଣ ଏସଓଜି ଟିମ୍ ପେଟ୍ରୋଲିଂ କରୁଥିଲା । ଏହି ସମୟରେ ଜିଲ୍ଲାର ପଡଧରୀ ତହସିଲର ରଙ୍ଗପର ଗାଁ ପାଟିୟା ନିକଟ ମାରୁତି ସୋସାଇଟିର ବ୍ଲକ ନମ୍ବର 3ରେ ଯାଂଚ ସମୟରେ 2 ବାଂଲାଦେଶ ଅନୁପ୍ରବେଶକାରୀ ଥିବାର ସୂଚନା ମିଳିଥିଲା । ଉଭୟଙ୍କୁ ଗିରଫ କରି ପଚରାଉଚରା କରାଯାଇଥିଲା । ସେମାନଙ୍କ ନିକଟରୁ ଭାରତର ଆଧାର କାର୍ଡ ସମେତ କୌଣସି ଦସ୍ତାବିଜ ମିଳିନି ।