ନୂଆଦିଲ୍ଲୀ– ହିମାଚଳ ପ୍ରଦେଶର ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରାକୃତିକ ସୌନ୍ଦର୍ଯ୍ୟ, ସଭ୍ୟତା, ସଂସ୍କୃତି ଓ ଗୌରବଶାଳୀ ଇତିହାସର ପୁଣ୍ୟଭୂମି ହିମାଚଳ ପ୍ରଦେଶର ସ୍ଥାପନା ଦିବସ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ହିମାଚଳ ପ୍ରଦେଶର ପ୍ରତି ପର୍ବତ, ପ୍ରତି ଘାଟି ଓ ପ୍ରତି ଗାଁରେ ବୀରତା ଓ ଦେଶଭକ୍ତିର ଗାଥା ଗୁଂଜରିତ ହୋଇଥାଏ । ଏହି ଦିବ୍ୟଭୂମି ସର୍ବଦା ଭାରତର ଅଖଣ୍ଡତା ଓ ସାଂସ୍କୃତିକ ଐତିହ୍ୟର ରକ୍ଷା କରିଛି । ହିମାଚଳ ପ୍ରଦେଶ ନିଜ ସମୃଦ୍ଧି ଐତିହ୍ୟ ସହିତ ବିକାଶ ଓ ଉନ୍ନତିର ନୂଆ ଶିଖର ଛୁଉଁ, ଏହାହିଁ କାମନା କରୁଛି ।