ଡେରାଡୁନ– ଉତରାଖଣ୍ଡର ଉତରକାଶୀ ଜିଲ୍ଲାରେ ପୁଣି ଥରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଆଜି ଭୋର 5.48 ମିନିଟ ସମୟରେ ଭୂକମ୍ପର ହାଲୁକା ଅନୁଭୂତ ହୋଇଛି । ଫଳରେ ଲୋକେ ଆତଙ୍କିତ ହୋଇଛନ୍ତି । ଅଧିକାରୀଙ୍କ ଅନୁସାରେ, ଏବେ ଜିଲ୍ଲାରେ କୌଣସି ଧନଜୀବନ ହାନି ନେଇ ସୂଚନା ମିଳିନି । ଗତ ଦୁଇଦିନରୁ ଉତରକାଶୀରେ ଚାରି ଥର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 2.04 ରେକର୍ଡ ହୋଇଛି । ଏହାର କେନ୍ଦ୍ର ଡୁଣ୍ଡା ତହସିଲର ଖୁରକୋଟ ଗାଁ ଓ ଭରଣଗାଓଁର ମଧ୍ୟ ବନାଂଚଳରେ ଥିଲା ।