ନୂଆଦିଲ୍ଲୀ– ଦିଲ୍ଲୀ ବିଧାନସଭା ନିର୍ବାଚନରେ 85 ବର୍ଷରୁ ଅଧିକ ବୟସ୍କର ନାଗରିକଙ୍କ ପାଇଁ ଘରେ ମତଦାନର ସୁବିଧା ଆଜି ସକାଳ ଜନକପୁରୀରେ ଆରମ୍ଭ ହୋଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ କିନ୍ନୀ ସିଂହ ଏହି ସୂଚନା ଦେଇଛନ୍ତି ।
କିନ୍ନି ସିଂହ କହିଛନ୍ତି ଯେ, ଜନକପୁରୀରେ କିଛି ଟିମ ସହିତ ସେ ନିଜେ ଏଭଳି ବୟସ୍କଙ୍କ ଘରେ ମତଦାନ କରାଇବା ପାଇଁ ପହଂଚିଛନ୍ତି । ଉଲ୍ଲେଖନୀୟ ଯେ, ମତଦାନର ଏହି ସୁବିଧା 85 ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗଜନ ପାଇଁ ଜାନୁୟାରୀ 24ରୁ ଆରମ୍ଭ ହୋଇଛି ।