
ପୁରୀ- ଭାରତ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ଏହାକୁ ନିଜର ମତଦାନ ଦ୍ଵାରା ସମୃଦ୍ଧ କରାଯାଇ ପାରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡଃ. ଶରତ ଚନ୍ଦ୍ର ମହାପାତ୍ର। ଆଜି ପୂର୍ବାହ୍ନରେ ସଦଭାବନା ସଭା ଗୃହରେ ଜିଲ୍ଲା ପ୍ରଶାସନ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ୧୫ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତଦାତାର ଅଧିକାର, ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ନିର୍ବାଚନ ଏକ ସାମୁହିକ କାର୍ଯ୍ୟକ୍ରମ। ଏହାକୁ ସମସ୍ତଙ୍କ ସହଯୋଗ ଓ ସମନ୍ୱୟର ସହ ପରିଚାଳନା କରାଯାଏ। ତେବେ ମତଦାନ ହିଁ ସୁଦୃଢ ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଜରୁରୀ। ପ୍ରତ୍ୟେକ ଭୋଟର ନିଶ୍ଚିତ ମତଦାନ ପାଇଁ ସେ ଅନୁରୋଧ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ଉପଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ଯୋଗଦେଇ ମତଦାନ ଗଣତନ୍ତ୍ରର ଏକ ମହାପର୍ବ।୧୯୫୦ ଆଜିର ଦିନ ରେ ନିର୍ବାଚନ କମିଶନ ଗଠିତ ହେବା ଅବସରରେ ଜାତୀୟ ମତଦେବା ଦିବସ ପାଳିତ ହେଉଛି। ଦେଶର ପ୍ରାୟ ୯୯.୧ ରହିଛନ୍ତି।ତେବେ ମତଦାନ ସମୟରେ ଅନେକ ଅନୁପସ୍ଥିତି ରହୁଛନ୍ତି। ପ୍ରତ୍ୟେକ ନିର୍ବାଚନ ରେ ନିଶ୍ଚିତ ସାମିଲ ହେବାକୁ ମତ ସେମାନେ ମତ ଦେଇଥିଲେ। ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ ସମସ୍ତଙ୍କୁ ସ୍ବାଗତ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଗତ ନିର୍ବାଚନରେ ସଫଳ ନିର୍ବାଚନ ପରିଚାଳନା ଓ ଯୁବ ଭୋଟର ମାନଙ୍କୁ ଉତ୍ସାହିତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ସଚେତନତା ପାଇଁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ପୃଷ୍ଟି ଓ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଅତିରିକ୍ତ ରିଟର୍ଣ୍ଣିଂ ଅଧିକାରୀ ତଥା ବିଡ଼ିଓ କାକଟପୁର ବିଷ୍ଣୁ ଗୋବିନ୍ଦ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ସଞ୍ଚାଳନ କରିଥିଲେ୍। ନୂତନ ଭୋଟର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଭୋଟର ପରିଚୟ ପତ୍ର ଓ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ପାଇଁ ବିଏଲଓ,ସୁପରଭାଇଜର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପୂର୍ବରୁ ଏକ ଭୋଟର ସଚେତନତା ଶୋଭାଯାତ୍ରା ସୁଭାଷ ବୋଷ ଛକଠାରୁ ସଦଭାବନା ସଭାଗୃହ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।