ଭୁବନେଶ୍ୱର– ରାଜଧାନୀରେ କମିଶନରେଟ ପୋଲିସକୁ ଅପରାଧୀଙ୍କୁ ଖୋଲା ଚାଲେଞ୍ଜ । ଟଙ୍କା ଭର୍ତି ଏଟିଏମ ମେସିନ ଟେକିନେଇଗଲେ ଦୁବୃର୍ତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସାମନ୍ତରାପୁର ଶ୍ରୀରାମନଗର ଅଂଚଳରେ । ଗତକାଲି ବିଳମ୍ବିତ ରାତିରେ ଶ୍ରୀରାମନଗରରେ ଥିବା ଏସବିଆଇ ଏଟିଏମ ମେସିନ ସହ ଲୁଟି ନେଇଛନ୍ତି ଦୁବୃର୍ତ୍ତ । ଲୁଟ ବେଳର ସିସିଟିଭି ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦୁଇଜଣ ଦୁବୃର୍ତ୍ତ ମୁଖା ପିନ୍ଧି ଏଟିଏମ ଭିତରେ ପଶିଥିଲେ । ଖବର ପାଇ ସକାଳୁ ସକାଳୁ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ସ୍ଥାନୀୟ ଅଂଚଳର ସିସିଟିଭି ଯାଞ୍ଚ ପରେ ସୁନ୍ଦରପଦା ଜଟଣୀ ରାସ୍ତାରେ ଥିବା ଗଙ୍ଗୁଆ ନାଳରୁ ଭଙ୍ଗାରୁଜା ଅବସ୍ଥାରେ ଏଟିଏମକୁ ଜବତ କରାଯାଇଛି । ଦୁବୃର୍ତ୍ତ ଏଟିଏମ ମେସିନ ଭାଙ୍ଗି ଟଙ୍କା ନେଇଯାଇ ଥିବାବେଳେ ଏଟିଏମ ଫିଙ୍ଗି ଛୁ ମାରିଛନ୍ତି ।