ଭୁବନେଶ୍ୱର– ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେଡି ସାଙ୍ଗଠନିକ ନିର୍ବାଚନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ତୃଣ ମୂଳ ସ୍ତରର ଅଧିକାରୀ ନିଯୁକ୍ତି ହେବେ । ସେଥିପାଇଁ ପ୍ରୋସେସ ଆରମ୍ଭ ହୋଇଗଲାଣି । ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତାପ ଦେବଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦେଇଛନ୍ତି ସେହି କ୍ରମେ ଆମେ ଆଗକୁ ଆଗକୁ ବଢ଼ୁଛୁ ବୋଲି ଦେବୀ ମିଶ୍ର କହିଛନ୍ତି।