ଭୁବନେଶ୍ୱର– ବର୍ଷେ ବ୍ୟାପି ପାଳନ ହେବ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ । ଗାଁ ଗାଁରେ ବିର୍ସା ମୁଣ୍ଡାଙ୍କ ବୀରତ୍ୱର ଗାଥା ପହଂଚାଇବା ପାଇଁ ଦଳ ଗଠନ କଲା କମିଟି । ଯାହାର ନେତୃତ୍ୱ ନେବେ ସୁକେଶ ଓରାମ ଓ ବଳଭଦ୍ର ମାଝୀ ।
ସେହିପରି ସର୍ଦାର ପଟେଲଙ୍କ ସ୍ମୃତିକୁ ଜନ ମାନସରେ ସ୍ଥାପନ ପାଇଁ ଦଳ ପକ୍ଷରୁ ଗଠନ କରାଯାଇଥିବା କମିଟିରେ ଅଛନ୍ତି ସିମାଞ୍ଚଳ ଖଟେଇ, ସୁଜିତ କୁମାର, ରବି ନାରାୟଣ ବେହେରା, ଇରାଶିଷ ଆଚାର୍ଯ୍ୟ, ପୁର୍ଣିମା ନାଏକ ଓ ସନାତନ ବିଜୁଳି । ସେହିପରି ଅଟଳ ବିହାରୀ ଵାଜପେୟୀଙ୍କ ବିଷୟରେ ଗାଁ ଗଣ୍ଡାରେ ପ୍ରଚାର ପାଇଁ ସମିତି ଗଠନ ହୋଇଛି । ଯେଉଁଥିରେ ସାରଦା ଶତପଥୀ, କୃଷ୍ଣଚନ୍ଦ୍ର ମହାପାତ୍ର, କୁସୁମ ଟେଟେ, କସ୍ତୁରୀ ମିଶ୍ର, ରଘୁନାଥ ଜଗଦଲ ଓ ତେଜେଶ୍ୱର ପରିଡା ପ୍ରମୁଖ ଅଛନ୍ତି ।