ଭୁବନେଶ୍ୱର , ସ୍ୱାଧୀନତା ସଂଗ୍ରାମର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ ତଥା ପରାକ୍ରମ ଦିବସ ଅବସରରେ ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଗୃହ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ।
ଏହି ଶିବିରକୁ ମନ୍ତ୍ରୀ ଡାଃ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ସମାଜ ତଥା ମାନବିକତା ପାଇଁ ସେବା ପ୍ରଦାନ କରିବା ନିମନ୍ତେ ଆହ୍ୱାନ ଜଣାଇ ସ୍ୱେଚ୍ଛାକୃତ ରକ୍ତଦାତା ଯୁବ ବନ୍ଧୁମାନଙ୍କୁ ସାଧୁବାଦ ଜଣାଇ ଥିଲେ । ଆଗାମୀ ଦିନମାନଙ୍କରେ ଅଧିକରୁ ଅଧିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରମାନ ଆୟୋଜନ କରାଯିବ ବୋଲି ମନ୍ତ୍ରୀ ଡାଃ ମହାପାତ୍ର ସୂଚନା ଦେଇଛନ୍ତି ।
କ୍ୟାପିଟାଲ ହସପିଟାଲ ରକ୍ତଭଣ୍ଡାରର ଡାଃ ଦେବାଶିଷ ମିଶ୍ର ଓ ତାଙ୍କ ଟିମ୍ ସହଯୋଗରେ ଆୟୋଜିତ ଏହି ଶିବିରରେ ୧୦୫ ୟୁନଟ୍ ରକ୍ତ ସଂଗୃହିତ ହୋଇପାରିଛି । ଏହି ଅବସରରେ ରକ୍ତ ଆବଶ୍ୟକ କରୁଥିବା ସତାଧିକ ରୋଗୀଙ୍କୁ ନିସ୍ୱାର୍ଥପର ଭାବେ ସ୍ୱେଚ୍ଛା କୃତ ରକ୍ତଦାନ କରିଥିବା ବାବୁଲି ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
ଆଜି ଏହି କାର୍ୟ୍ୟକ୍ରମରେ ଭୁବନେଶ୍ବରର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା, ରାଜ୍ୟ ସମ୍ପାଦକ ସୁବ୍ରତ କୁମାର ବିଶ୍ବାଳ, ପ୍ରଶାନ୍ତ ପାଇକରାୟଙ୍କ ସମେତ ଅନ୍ୟ ନେତୃବୃନ୍ଦ ଓ କାର୍ୟ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।