ଭୁବନେଶ୍ୱର- ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି -୪ଙ୍କ କମିଟିଙ୍କର ଦ୍ୱାଦଶ ବୈଠକ ମଙ୍ଗଳବାର ବିଧାୟକ ଶ୍ରୀ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୩ରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହାଛଡ଼ା ରାଜ୍ୟ ଭିତରେ କମିଟିଙ୍କର ଗସ୍ତ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ କରାଯାଇଥିଲା ।
ଏହି ବୈଠକରେ କମିଟିର ସଭ୍ୟ/ସଭ୍ୟା, ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।