ବଲାଙ୍ଗିର: ଲୋକମହୋତ୍ସବ କେବଳ କଳାକାରମାନଙ୍କୁ ପ୍ରୋତ୍ସାହିତ କରୁନି ବରଂ ବଲାଙ୍ଗୀର ଲୋକ ଙ୍କ ଏକତାକୁ ବଢାଇଛି ଓ ବିକାଶରେ ସହାୟକ ହୋଇଛି ବୋଲି ବଲାଙ୍ଗୀର ଲୋକଉତ୍ସବ- ୨୦୨୫ର ତୃତୀୟ ସଂଧ୍ୟାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ମତବ୍ୟକ୍ତ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବଲାଙ୍ଗୀର ସହରରେ କୋସଳ କଳା ମଣ୍ଡଳ ପଡିଆ କଳା,ସାହିତ୍ୟ,ସଂସ୍କୃତିକୁ ପ୍ରୋତ୍ସାହିତ କରି ଆସିଛି। ଏହି ଅନୁଷ୍ଠାନର ପଛରେ ପୁର୍ବତନ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ଙ୍କ ଯେଉ ଉଦ୍ଦେଶ୍ୟ ଥିଲା ତାହା ଫଳବତୀ ହୋଇ, ନାହିଁ। ଏହାକୁ ଦେଶର ଏକ ପ୍ରମୁଖ ସାଂସ୍କୃତିକ କେନ୍ଦ୍ର ରୁପେ ଗଢ଼ିବା ପାଇଁ ଆମକୁ କାମ କରିବା କୁ ପଡିବ ବୋଲି କହିଥିଲେ। କେବଳ ସେତିକି ନୁହେଁ ବଲାଙ୍ଗୀରକୁ ଏକ ବିକଶିତ ଜିଲ୍ଲା କରିବାରେ ମଧ୍ୟ ସହାୟକ ହୋଇଛି, ୨୦୨୦ ରୁ ଆରମ୍ଭ ହୋଇଥିବା ବଲାଙ୍ଗିର ଲୋକଉତ୍ସବ ରଜ୍ୟରେ ପ୍ରଥମ କରି ହୋଇଥିବା ବେଳେ ଆଜିକାଲି ଏହା ଜିଲ୍ଳାର ବିଭିନ୍ନ ପୀଠ ବ୍ଲକ ପଞ୍ଚାୟତ ସ୍ତରରେ କରାଯାଇ ନିଜ ନିଜ ଉଦ୍ୟମ ରେ କରାଯାଇ ଜିଲ୍ଲା ରେ କଳା ଓ ସଂସ୍କୃତି ବିକାଶ ହୋଇଥିବା ସେ କହିଥିଲେ।ଲୋକମହୋତ୍ସବକୁ ଦଳମତ ନିର୍ବିଶେଷରେ ସମସ୍ତେ ମିଳିତ ଭାବରେ କରୁଥିବାରୁ ଏହା ଆମର ଏକତାକୁ ବଢାଉଛି ବୋଲି କଳିକେଶ କହିଛନ୍ତି। ଜିଲ୍ଲା ସଂସ୍କୃତି ପରିଷଦ ଓ ଲୋକଉତ୍ସବ ସମିତି ପକ୍ଷରୁ ଆୟୋଜିତ ମହୋତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଡ.ବିଜୟକୁମାର ସେଠୀଙ୍କ ସଭାପତିତ୍ୱ ଓ ସ୍ୱେଚ୍ଛାସେବୀ ସୋମନାଥ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି କଳିକେଶ ନାରାୟଣ ସିଂଦେଓ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲାପରିଷଦର ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, କଳାହାଣ୍ଡି ଇସିଏଚଏସ ନିର୍ଦ୍ଦେଶକ କଲୋନେଲ ବିଶ୍ୱଜିତ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଂଜନ ମିଶ୍ର, ସଂସ୍କୃତିକ କମିଟିର ସହଅଧ୍ୟକ୍ଷା ଶ୍ରୀପଦା ଷଢଙ୍ଗୀ, କଳାକାର ଅତିଥି ଯୁଗଳକିଶୋର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଶ୍ରୀପଦା ଷଢଙ୍ଗୀ ଅତିଥିପରିଚୟ ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ। ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ ତାଙ୍କ ବକ୍ତବ୍ୟରେ ବଲାଙ୍ଗୀର ଲୋକଉତ୍ସବ ବନ୍ଦ ହେବାକୁ ବସିଥିବା ବେଳେ ଏହାକୁ କରାଇବାକୁ ବିଧାୟକ ଶ୍ରୀ ସିଂଦେଓ କରିଥିବା ଉଦ୍ୟମକୁ ପ୍ରଶଂସା କରିଥିଲେ ।
ପୌରାଧ୍ୟକ୍ଷା ଲିକା ସାହୁ ତାଙ୍କ ବକ୍ତବ୍ୟରେ ଲୋକମହୋତ୍ସବ ରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସ୍ୱୟଂସହାୟିକା ଦଳଙ୍କ ହସ୍ତଶିଳ୍ପ ଓ ହସ୍ତତନ୍ତ ତଥା ଅନ୍ୟାନ୍ୟ ସାମଗ୍ରୀ ବିକ୍ରୀକରି ମହିଳାମାନେ ସ୍ୱାବଲମ୍ବୀ ହେଉଛନ୍ତି ବୋଲି କହିଥିଲେ। କଳା,ସାହିତ୍ୟ ଓ ସଂସ୍କୃତିର ମାଟିରେ କଳାକାରଙ୍କୁ ଆହୁରି ପ୍ରୋତ୍ସାହନ ଦରକାର ଓ ପୂର୍ବସରକାର ଅମଳରେ କରାଯାଇ ଥିବା କୋସଳ କଳା ମଣ୍ଡଳ ପଡିଆର ଉନ୍ନୟନ କାମ ବିଷୟରେ କହିଥିଲେ। ଏହି ଅବସରରେ ବର୍ଷିୟାନ କଳାକାର ଟିକେଲାଲ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ମଞ୍ଚପରିଚାଳନା କମିଟିର ସହଅଧ୍ୟକ୍ଷ ପ୍ରହଲ୍ଲାଦ ଦର୍ଜି ଧନ୍ୟବାଦ ଅର୍ପଣ କରି ଥିଲେ। ବୁଧବାର ଦିନବେଳା ସକାଳ ୯ଟାରେ ଜୟଦେବ କଳା ସଂସଦ,ବଲାଙ୍ଗୀର ପକ୍ଷରୁ ଭକ୍ତି ସଂଗୀତ, ୧୦.୩୦ରେ ଲୋକ ନୃତ୍ୟ ଓ ସଂଗୀତ ପ୍ରତିଯୋଗୀତା,ସଂଧ୍ୟା ୫ଟାରେ ଆକାଶବାଣୀ କଳାକାରଙ୍କ ଦ୍ୱାରା ଲୋକସଂଗୀତ ବିଚିତ୍ରା ଓ ସାଂସ୍କୃତିକ ସଭା ପରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଲୋକଉତ୍ସବ ସ୍ଥଳ ରେ ବୁଧବାର ସନ୍ଧ୍ୟା ରେ ଗଣମାଧ୍ୟମ ପ୍ରତିନିଧି ମାନଂକୁ ମଞ୍ଚ ପଟ ପ୍ରବେଶ ପଥରେ ବାଟରେ ଜଗିଥିବା ପୋଲିସ ଅଧିକାରୀ ମାନେ କିଛି ଗଣମାଧ୍ୟମ ପ୍ରତିନିଧି ଙ୍କୁ ଭିତରକୁ ବାଇକ୍ ଛାଡି ନଥିଲେ , ଅନ୍ୟ ପକ୍ଷରେ କିଛି ଠିକାଦାର ଗାଡ଼ି ଭିତରକୁ ନେଇଥିଲେ ଏହା ସାମ୍ୱାଦିକ ମାନଙ୍କୁ ଏହି ଘଟଣା ସମ୍ମାନ ରେ ଆଞ୍ଚ ଆଣିଥିଲା। ପୁର୍ବରୁ ମଞ୍ଚ ପଛରେ ଗଣମାଧ୍ୟମ ପ୍ରତିନିଧି ମାନେ ସେମାନଙ୍କ ଗାଡ଼ି ରଖି ଆସୁଥିଲେ ଚଳିତ ବର୍ଷ ଏହି ସ୍ଥାନରେ ସେମାନଙ୍କୁ ଗାଡ଼ି ରଖିବା ପାଇଁ ସୁଯୋଗ ଦିଆ ଯାଇ ନଥିବା ଯୋଗୁଁ ଭିଡ଼ ଭିତରେ ବାହାରେ ଇତସ୍ତତ ଗାଡ଼ି ରଖିବା କୁ ପଡ଼ିଥିଲା । ପୁର୍ବରୁ ପ୍ରସ୍ତୁତି ବୈଠକ ରେ ଗଣ ମାଧ୍ୟମ ଗାଡ଼ି ରଖିବା କୁ ଆଲୋଚନା ହୋଇ ନିଷ୍ପତ୍ତି ନିଆଯାଇଥିଲା ବେଳେ ଶେଷ ମୁହୂର୍ତ ରେ ନିଆ ଯାଇଥିବା ନିଷ୍ପତ୍ତି ଗଣ ମାଧ୍ୟମ କୁ ଠିକ୍ ଭାବରେ କୌଣସି ସୁଚନା ଦିଆ ଯାଇ ନଥିଲା। ଏହି ଘଟଣାର ପ୍ରତିବାଦ ରେ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ନିଜ ନିଜ ଗଣମାଧ୍ୟମ ପ୍ରବେଶ ପତ୍ର ଖୋଲି ସେଠାର ଉପସ୍ଥିତ ଥିବା ଅତିରିକ୍ତ ଜିଲ୍ଲାପାଳ ଡ଼ାକ୍ତର ସେଠୀ ଙ୍କ ପାଖରେ ଫେରାଇ ଦେଇ ପ୍ରତିବାଦ କରିଥିଲେ । ପରେ ସଦର ଏସ ଡି ପି ଓ ପ୍ରଦୀପ ସହୁ ଓ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଆଲୋଚନା କରିବାକୁ ଆସିଥିଲେ ମଧ୍ଯ ସାମ୍ୱାଦିକ ମାନେ ଉତ୍ସବ ସ୍ଥଳ ଛାଡି ଚାଲି ଯାଇଥିଲେ।