ଭୁବନେଶ୍ୱର- ବିଧାନସଭାର ଆବେଦନପତ୍ର କମିଟିଙ୍କ ଦଶମ ବୈଠକ ମଙ୍ଗଳବାର ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୫ରେ ଅନୁଷ୍ଠିତ ଏହି ବୈଠକରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ସମ୍ପର୍କିତ ବକେୟା ଥିବା ଆବେଦନ/ନିବେଦନ ପତ୍ରଗୁଡ଼ିକ ଉପରେ ଅଦ୍ୟାବଧି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ କମିଟିର ସଭ୍ୟ, ଅନୁସୂଚିତ ଜନଜାତି ଓ ଅନୁସଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଅ ।ବର୍ଗ କଲ୍ୟାଣ ବିଭାଗର ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।