ଭୁବନେଶ୍ୱର– ବିଜେଡିର ସାଙ୍ଗଠନିକ ନିର୍ବାଚନ ନେଇ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ପ୍ରତିକ୍ରିୟା ରଖିଛନ୍ତି । ତୃଣମୂଳ ସ୍ତରରୁ ପ୍ରକ୍ରିୟା ଆରମ୍ଭ ହେବ । ୱାର୍ଡ, ପଞ୍ଚାୟତ ହେଇ ବ୍ଲକ, ଜିଲ୍ଲା ପରେ ରାଜ୍ୟସ୍ତରକୁ ଆସିବ । ରାଜ୍ୟସ୍ତରରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ରାଜ୍ୟସ୍ତରୀୟ କମିଟି ଓ କାର୍ଯ୍ୟକାରି କମିଟି ପରେ ସଭାପତି ଚୟନ କରାଯିବ । ଏହା ଏକ ଧାରାବାହିକ ପ୍ରକ୍ରିୟା । ଅଢେଇରୁ 3 ମାସ ନିର୍ବାଚନ ପ୍ରକ୍ରିୟା ଚାଲିବ । ନୂଆ ସଭାପତି ସୃଷ୍ଟି କରାଯିବ କି ନାହିଁ ସଭାପତି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପ୍ରତାପ ଦେବ ।
Related Stories
January 23, 2025
January 23, 2025