ସ୍ଥାନ :କଳିଙ୍ଗ ଷ୍ଟାଡିୟମ ,ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ୨୨ ଜାନୁଆରୀ ୨୦୨୫ ଦିନ ଗୌରବମୟ କଳିଙ୍ଗ ଷ୍ଟାଡିୟମ ଠାରେ “ବେଟି ବଚାଓ ବେଟି ପଢାଓ” ଯୋଜନାର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସ୍ତରୀୟଉତ୍ସବସଫଳତା ପୂର୍ବକ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମବିଗତ ଦଶନ୍ଧିରେ ଶିଶୁ କନ୍ୟାଙ୍କ ସୁରକ୍ଷା, ସେମାନଙ୍କର ଶିକ୍ଷାର ବିକାଶ, ଲିଙ୍ଗଗତ ବୈଷମ୍ୟଦିଗରେ ପାଇଥିବା ଉଲ୍ଲେଖନୀୟ ସଫଳତାକୁ ପାଳନକରିବା ପାଇଁ ଆୟୋଜନ କରଯାଇଥିଲା ।
ପ୍ରାରମ୍ଭରେ ସକାଳ ୮.୩୦ ମିନିଟ ସମୟରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପତାକା ଦେଖାଇ ଆୟୋଜିତ ସଚେତନତା ପଦଯାତ୍ରାର ଶୁଭାରମ୍ଭ କରି ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ତାଙ୍କ ସହିତ ହିନ୍ଦୋଳର ମାନ୍ୟବର ବିଧାୟିକା ଶ୍ରୀମତୀ ସୀମାରଣୀ ନାୟକ ଓ ଅନ୍ୟ ଅତିଥି ବୃନ୍ଦ ଯୋଗଦେଇଥିଲେ।ପଦଯାତ୍ରାରେ କଲେଜ, ୟୁନିଭରସିଟି ଓ ଅନ୍ୟାନ୍ୟ କ୍ଷେତ୍ରର ଉତ୍ସାହୀ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ଅଂଶ ଗ୍ରହଣ କରିଥିଲେ । ଏହି ପଦଯାତ୍ରା ବାଳିକା ମାନଙ୍କୁ ସଶକ୍ତ କରିବା, ସେମାନଙ୍କର ଅଧିକାରର ସୁରକ୍ଷା ତଥା ଲିଙ୍ଗ ଭିତ୍ତିକ ସମାନତାକୁ ପ୍ରୋତ୍ସାହନର ନିରବଚ୍ଛିନ୍ନ ଆବଶ୍ୟକତାର ଗୁରୁତ୍ଵ କୁ ପ୍ରତିପାଦିତ କରିଥିଲା।
ଏହି ଉତ୍ସବକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀଶ୍ରୀମତୀ ପ୍ରଭାତୀ ପରିଡ଼ାତାଙ୍କର ସଦୟ ଉପସ୍ଥିତିରେ ଗୌରବାନ୍ଵିତ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମଗିରିର ମାନ୍ୟବର ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ପୋଳିସ ଆଇ.ଜି. ଶ୍ରୀମତୀ ସାଇନି ଏସ. ଇଉନିସେଫର ମୁଖ୍ୟ କ୍ଷେତ୍ର ଅଧିକାରୀ ଶ୍ରୀଯୁକ୍ତ ଉଇଲିୟମ ହେନଲୋନ ଜୁନିୟର, ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ, ଅତିତିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଏନ. ସି. ଜ୍ୟୋତି ରଞ୍ଜନ ନାୟକ ,ବିଭାଗର ବରିଷ୍ଠ ଅଧିକାରୀ ତଥା ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ । ସେମାନଙ୍କର ଉପସ୍ଥିତି ସାରା ରାଜ୍ୟରେ ବାଳିକା ଓ ମହିଳାଙ୍କ ପାଇଁ ସମାନ ସୁଯୋଗ ନିଶ୍ଚିତ କରିବାର ବିକାଶଧାରାକୁ ପ୍ରତିଫଳିତ କରିଥିଲା ।
ଉତ୍ସବରେ ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ବ୍ରହ୍ମଗିରିର ମାନ୍ୟବର ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ଉପସ୍ଥିତ ଅଂଶ ଗ୍ରହଣକାରୀ ମାନଙ୍କୁ ତାଙ୍କର ପ୍ରେରଣାତ୍ମକ ଭାଷଣରେ ଝିଅ ମାନଙ୍କ ଶିକ୍ଷା ଓ ସଶକ୍ତି କରଣ ଉପରେ ଜୋର ଦେଇ ସୁଯୋଗର ସଦୁପଯୋଗ କରିବାକୁ ଆହ୍ଵାନ ଦେଇଥିଲେ। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ “ବେଟି ବଚାଓ ବେଟି ପଢାଓ” କାର୍ଯ୍ୟକ୍ରମରେ ହୋଇଥିବା ଅଗ୍ରଗତି ତଥା ବାଳିକା ମାନଙ୍କ ଶିକ୍ଷା ଓ ସୁରକ୍ଷା ଦିଗରେ ଓଡ଼ିଶା ସରକାରଙ୍କ ଅଙ୍ଗୀକାରବଦ୍ଧତା ଓ ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ନାରୀ ସଶକ୍ତିକରଣରେ ସରକାରଙ୍କ ସୁଭଦ୍ରା ଓ ଅଦ୍ଵିକା ଯୋଜନା ଉପରେ ଗୁରୁତ୍ଵାରୋପ କରିଥିଲେ, ଯାହା ସମାଜରେ ନାରୀ ମାନଙ୍କ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି ।
ଏହି ଅବସରରେ ଏକ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା ଓ ଅଂଶଗ୍ରହଣକାରୀ ମାନେ ଶିଶୁ କନ୍ୟା ର ଅଧିକାରକୁ ନିଜ ଜୀବନର ପ୍ରତ୍ୟେକ କ୍ଷେତ୍ର ରେ ଅଗ୍ରାଧିକାର ଦେବା ସହ ଲିଙ୍ଗଗତ ସମାନତାକୁପ୍ରୋତ୍ସାହନ ଦେବାପାଇଁ ଶପଥ ନେଇଥିଲେ ।ତା’ ପରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଭାଗୀୟ ଅତିତିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଏନ. ସି. ଜ୍ୟୋତି ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ତଥା ଅନ୍ୟାନ୍ୟ ଗୋଷ୍ଠୀର ବାଳିକା ମାନଙ୍କ ଦ୍ଵାରା ନୃତ୍ୟ, ସଙ୍ଗୀତ ଭଳି ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଯାହା ଦର୍ଶକ ମାନଙ୍କୁ ବିମୋହିତ କରିଥିଲା।