ଭୁବନେଶ୍ୱର – ବିଧାନସଭାର ସରକାରୀ ହିସାବ କମିଟିଙ୍କର ଅଷ୍ଟମ ବୈଠକ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟଜଳ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସଂପର୍କରେ ଭାରତର ମହାଲେଖ ନିୟନ୍ତ୍ରକ ତଥା ମହାସମୀକ୍ଷକ ୨୦୧୧-୧୨ ବର୍ଷ ପାଇଁ ଦେଇଥିବା ରିପୋର୍ଟ ୨୦୧୩ର ରିପୋର୍ଟ ନଂ-୫ର ସମୀକ୍ଷା ପାରା-୨.୨କୁ ପରୀକ୍ଷା କରାଯିବା ସହ ଏହା ଉପରେ ପର୍ଯ୍ୟାଲୋଚନା କରାଯାଇଥିଲା । ଏହାଛଡ଼ା ରାଜ୍ୟରେ ସରକାରୀ ଜମି ଜବରଦଖଲ ଏବଂ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଜମି ଆବଂଟନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ କମିଟିର ସଭ୍ୟ/ସଭ୍ୟା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ, ପଂଚାୟିତିରାଜ ଓ ପାନୀୟଜଳ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପଦାଧିକାରୀଙ୍କ ସମେତ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।