-
ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଟଙ୍କା ଦେବାକୁ ଓଏଚଆରସିଙ୍କ ନିର୍ଦ୍ଦେଶ
-
ଆହତଙ୍କୁ ମଧ୍ୟ କ୍ଷତିପୂରଣ ଦେବ ଠିକା ସଂସ୍ଥା
ଭୁବନେଶ୍ୱର – ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟ ରେ ଟର୍ମିନାଲ ଲିଙ୍କ୍ ଛାତ ଭୁଶୁଡିବା ଘଟଣାରେ ମୃତକ ଓ ଆହତଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଓଡିଶା ମାନବାଧିକାର କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାରେ ମୃତ ଅନ୍ତର୍ଯ୍ୟାମୀ ଗୁରୁଙ୍କ ପରିବାରକୁ ଅଢେଇ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ କମିଶନ୍ କହିଛନ୍ତି ।
ଠିକାଦାର ସଂସ୍ଥା ଦିଲ୍ଲୀପ କନଷ୍ଟ୍ରକସନ୍ କମ୍ପାନୀ ଏହି କ୍ଷତିପୂରଣ ଦେବ । କମ୍ପାନୀ କ୍ଷତିପୂରଣ ନଦେଲେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ଠିକା ସଂସ୍ଥାର ବିଲ୍ ରୁ ଟଙ୍କା କାଟି କ୍ଷତିପୂରଣ ଦେବାକୁ ଓଏଚଆରସି ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଆସନ୍ତା ୧୧ ତାରିଖରେ ଉଭୟ ଏଏଆଇ ଓ ଠିକା ସଂସ୍ଥା ହାଜର ହେବା ପାଇଁ କମିଶନ କହିଛନ୍ତି । ଆବେଦନକାରୀ ଲଲାଟେନ୍ଦୁ ଦାସଙ୍କ ଆବେଦନର ଶୁଣାଣୀ କରି ଓଏଚଆରସି ଏହି ରାୟ ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ ଗତ ୨୪ ତାରିଖ ରାତି ପ୍ରାୟ ସାଢେ ୧୧ ଟା ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟ ରେ ଟର୍ମିନାଲ ଲିଙ୍କ୍ ଛାତ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଭୁଶୁଡି ପଡିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଥିଲେ ।