ଭୁବନେଶ୍ୱର– ଇ କେୱାସି ପ୍ରକ୍ରିୟା ଶେଷ ହେବା ପୂର୍ବରୁ ରାସନ କାର୍ଡ ହାତେଇଥିବା ଅଯୋଗ୍ୟ ହିତାଧିକାରୀ ମାନେ ସେମାନଙ୍କର କାର୍ଡ ସରେଂଡର କରି ଦିଅନ୍ତୁ । ନ ହେଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଆହ୍ୱାନ ଜଣାଇଛନ୍ତି ।
ସେ କହିଛନ୍ତି ଯେ, ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ହାତେଇଛନ୍ତି । ସବୁଆଡେ ଜଣାପଡୁଛନ୍ତି ।ଅଯୋଗ୍ୟ ହିତାଧିକାରୀ ଙ୍କୁ ଅପିଲ କରୁଛି ସରେଣ୍ଡର କରିଯାନ୍ତୁ ।କିଛି କାର୍ଯ୍ୟାନୁଷ୍ଠାନ ନିଆଯିବନି ।ସରେଣ୍ଡର ନକରିଲେ ନିଆଯିବ ଆକ୍ସନ ।ସାରା ଓଡ଼ିଶାରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ।କିଏ ସରକାରି ଚାକିରୀ କରିଛି, ଶିକ୍ଷକ, ଡାକ୍ତର ଅଛନ୍ତି ।ସବୁ ପ୍ରକାର ଲୋକ ହାତେଇଛନ୍ତି କାର୍ଡ ।ନିବେଦନ କରୁଛି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସରେଣ୍ଡର କରିଯାଆନ୍ତୁ ।ଡେଡ ଲାଇନ ନାହିଁ ସେମାନେ ସରେଣ୍ଡର କରିଯାଆନ୍ତୁ ।