ଗଂଜାମ ,ବ୍ରହ୍ମପୁରରଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ନୀଳାଦ୍ରୀ ବିହାର, ଆସ୍କାରୋଡ ସ୍ଥିତ ସୁପ୍ରଭା ଦେବି ମହାବିଦ୍ୟାଳୟ ପରିସରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟ୍ରାଫିକ ଡ଼ି ଏସ ପି, ଶ୍ରୀ ସନାତନ ସାହୁ ମୁଖ୍ୟ ଅତିଥି ଓ ସାଇବର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ଏସ. ସ୍ଵର୍ଣ ଲତା ପାତ୍ର ସମ୍ମାନିତ ଅତିଥି ରୂପେ ରୂପେ ଯୋଗ ଦେଇ ସଡ଼କ ଦୁର୍ଘଟଣା ର ବିଭିନ୍ନ କାରଣ, ନିରାକରଣ ଓ ନାଗରିକଙ୍କ କର୍ତ୍ତବ୍ୟ ଵିଷୟରର ଅବଗତ କରାଇଥିଲେ । ଉପସଭାପତି ହର ପ୍ରସାଦ ପାଣିଗ୍ରାହୀ, ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଯୁବ ଆଇନଜୀବୀ ଲାଲ ବହାଦୁର ପଟନାୟକ, ସମାଜ ସେବି ମାନସ ରଞ୍ଜନ ପାତ୍ର ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ମଂଚାସୀନ ସୁପ୍ରଭା ଦେବି ମହାବିଦ୍ୟାଳୟର ଅଧ୍ୟକ୍ଷା ନିଜର ବକ୍ତବ୍ୟରେ ନାଗରିକଙ୍କ ଅଧିକାର ଓ ଦାୟିତ୍ୱ ବିଷୟରେ ସୂଚାଇଥିଲେ । ଆଲୋଚନାରେ ଭାଗ ନେଇଥିବା ଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାର ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଶତାଧିକ ଛାତ୍ରୀ ଓ ସର୍ବଶ୍ରୀ ଗଙ୍ଗାଧର ପ୍ରଧାନ, ରାଜେନ୍ଦ୍ର ବେହେରା, କୈଳାସ ମହାରଣା ଓ ଲୁନା ବେହେରାଙ୍କ ସମେତ ଅନେକ ପୋଲିସ କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ଯୋଗଦେଇ ଥିଲେ । ଶ୍ରୀମତୀ ସୁଜାତା ଦେବି ଓ ସୁକାନ୍ତି ଦେବୀଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟପକ ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।