ବୌଦ୍ଧ , ୨୪ ରୁ ଆରମ୍ଭ ହେବ ୧୧ ଦିନିଆ ଯମଜ ମନ୍ଦିରର ପ୍ରତିଷ୍ଠା ଉତ୍ସବ l ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭଳି ନିର୍ମିତ ହୋଇଛି ନାମଯଜ୍ଞ ମଣ୍ଡପ l ଐତିହାସିକ ଗନ୍ଧରାଡି ପୀଠ ର ଯମଜ ମନ୍ଦିର ନିକଟରେ ନିର୍ମିତ ହୋଇଛି ଆଉ ଏକ ଯମଜ ମନ୍ଦିର l ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ର ଲୋକକଳା ଗ୍ରାମ ଭାବେ ପରିଚିତ ନାରାୟଣନଗର ଠାରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ଯୁଗ୍ମ ମନ୍ଦିର ଏବେ ଚର୍ଚାର ବିଷୟ ହୋଇଛି l ଏହି 86 ଫୁଟ ଉଚ୍ଚ ଯୁଗ୍ମ ମନ୍ଦିର ନିର୍ମାଣ ପାଇଁ ଯୁଗ୍ମ ମନ୍ଦିର ନିର୍ମାଣ ପାଇଁ ୧୦ ବର୍ଷ ସମୟ ଲାଗିଥିବା ବେଳେ ପ୍ରାୟ 2କୋଟି 50 ଲକ୍ଷ ଟଙ୍କା ଖର୍ଚ କରାଯାଇଛି l ବିଶିଷ୍ଟ ଶିଳ୍ପୀ ଗୌରବ ମହାରଣା ଏହାର ନିର୍ମାଣ କାର୍ଯ୍ୟ କରିଥିବା ବେଳେ ପ୍ରଦୀପ ମହାରଣା ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ l ଏହାର ପ୍ରତିଷ୍ଠା କୁ ଅନେଇ ବସିଛନ୍ତି ଭକ୍ତ ମାନେ l ଜାନୁଆରୀ 24 ତାରିଖ ଠାରୁ ଫେବୃଆରୀ 3 ତାରିଖ ପର୍ଯ୍ୟନ୍ତ ଏଗାର ଦିନ ବ୍ୟାପି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ l ମାଘ କୃଷ୍ଣପକ୍ଷ ଅଷ୍ଟମୀ ଯୁକ୍ତ ନବମୀ ୨୨ ତାରିଖରେ ଅଙ୍କୁରାରୋପଣ, ୨୪ ତାରିଖରେ ୧୦୦୮ କଳସ ଶୋଭାଯାତ୍ରା, ୨୫ ତାରିଖରେ ସପ୍ତସତୀ ଚଣ୍ଡୀପାଠ, କଂସ ଦରବାର ଓ ନବାହ ପାରାୟଣ ଆରମ୍ଭ, ୨୬ ତାରିଖରେ ନାମ ଅଧିବାସ, ଯଜ୍ଞ ମଣ୍ଡପ ଓ ପୀଠ ନିର୍ମାଣ, ୨୭ ତାରିଖରେ ଛପନପ୍ରହର ନାମଯଜ୍ଞ ଓ ଶ୍ରୀମଦ ଭାଗବତ କଥାମୃତ ପ୍ରବଚନ ଆରମ୍ଭ, ୨୮ ତାରିଖରେ ଯଜ୍ଞ ଆରମ୍ଭ, ବିଗ୍ରହ ଧାନ୍ୟାଧିବାସ, ୩୦ ତାରିଖରେ ବିଗ୍ରହ ସ୍ନାନ, ଜଳାଧିବାସ ଓ ଶୟନ , ୩୧ ତାରିଖରେ ବିଗ୍ରହ ପ୍ରତିଷ୍ଠା, ୧ ତାରିଖରେ ମନ୍ଦିର ପ୍ରତିଷ୍ଠା, ସିଂହାସନ ପୂଜା, ଧ୍ଵଜା ବନ୍ଧନ , ୦୨ ତାରିଖରେ ଠାକୁରଙ୍କ ମନ୍ଦିର ପ୍ରବେଶ, ନାମ ଓ ଚଣ୍ଡୀଜପ ଉଦଯାପନ, ୩ ତାରିଖରେ ଯଜ୍ଞ ପୂର୍ଣାହୁତୀ କରାଯିବାର କାର୍ଯ୍ୟକ୍ରମ ରହିଛି l ଏହା ସହ ହରିହlଟରେ ପ୍ରସାଦ ସେବନ, ଛପନ ପ୍ରହରୀ ନାମଯଜ୍ଞ, ମିନବଜାର, କଂସ ଦରକାର, ନବାହ ପରାୟଣ, ପ୍ରବଚନ କାର୍ଯ୍ୟକ୍ରମ ହେବ l ପୁରୀ ମନ୍ଦିର ଭଳି ନିର୍ମିତ ନାମ ଯଜ୍ଞ ମଣ୍ଡପ ଭକ୍ତଙ୍କ ପାଇଁ ଏକ ଆକର୍ଷଣ ହେବ l ଏହି ବୃହତ କାର୍ଯ୍ୟକ୍ରମ ନେଇ ସମସ୍ତ ପ୍ରସ୍ତୁତି ସରିଯାଇଛି l ମନ୍ଦିର ନିର୍ମାଣ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମନ୍ଦିର ନିର୍ମାଣ କମିଟିର ସଭାପତି ରାଜେନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି l କମିଟିର ସମ୍ପାଦକ ଗୋପାଳ ମେହେର ସ୍ୱାଗତ ଭାଷଣ ଦେଇ ଥିବା ବେଳେ ସଭାପତି ରାଜେନ୍ଦ୍ର ମେହେର ଏଗାର ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ l ଭକ୍ତଙ୍କ ପାଇଁ ପାର୍କିଂ ସୁବିଧା, ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ, ମେଡିକାଲ, ଦମକଳ ବାହିନୀ ପ୍ରସ୍ତୁତ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ l ସହ ସମ୍ପାଦକ ବିଜୟ ସାହୁ ସୁଉଚ୍ଚ ତୋରଣ, ରଙ୍ଗୀନ ଆଲୋକ ସାଜସଜ୍ଜା ଉପରେ ବିସ୍ତୃତ ବିବରଣୀ ଉପସ୍ଥାପନା କରିଥିଲେ l ଶେଷରେ କୋଷାଧ୍ୟକ୍ଷ୍ ପିତାମ୍ବର ମେହେର ଧନ୍ୟବାଦ ଅର୍ପଣ କରିଥିଲେ l ସାମ୍ବାଦିକ ସମ୍ମିଳନୀରେ ମନ୍ଦିର ନିର୍ମାଣ କମିଟିର ସମସ୍ତ ସଦସ୍ୟ ସହ ନାରାୟଣନଗର ଗ୍ରାମବାସୀ ଉପସ୍ଥିତ ଥିଲେ l