ବୌଦ୍ଧ , ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସରସରା ଠାରେ ଥିବା ବାବା ବୈଦ୍ୟନାଥ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଜୁନିୟର ରେଡ଼କ୍ରସର ଜିଲ୍ଲାସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଓ ରକ୍ତଦାନ ଶିବିର ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ସଭାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ତିନିଟି ମା, ୩ ଟି ଅ ଓ ୩ ଟି ସେବାର ପ୍ରେରଣାଦାୟୀ ବକ୍ତବ୍ୟ ମାଧ୍ୟମରେ ରେଡ଼କ୍ରସ ଜୁନିଅରଙ୍କୁ ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଆନନ୍ଦ ବେହେରା, ସୁବର୍ଣ୍ଣପୁର ଜୁନିଅର ରେଡ଼କ୍ରସ ଅଧିକାରୀ ରବିଚନ୍ଦ୍ର ପଶାୟତ,ଜିଲ୍ଲା ଜୁନିଅର ରେଡ଼କ୍ରସ ଅଫିସର ନବ କିଶୋର ଦୀପ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦ୍ମଜା ପତି ମଞ୍ଚାସୀନ ଥିଲେ । ପ୍ରଶିକ୍ଷଣ ଶିବିରରେ ରେଡ଼କ୍ରସ ଇତିହାସ,ଫାଷ୍ଟଏଡ଼, ଏଡ୍ସ,ବ୍ଲଡ଼ ଡୋନେସନ ମୋଟିଭେସନ ଆଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଜିଲ୍ଲାର ଚାଳିଶଟି ହାଇସ୍କୁଲରୁ ରେଡ଼କ୍ରସ କାଉନସେଲର ଓ ୧୪୦ ଜଣ ଜୁନିଅର ଯୋଗ ଦେଇଥିଲେ । ନବ କିଶୋର ଦୀପ,କୃଷ୍ଣ ଚନ୍ଦ୍ର ସେଠୀ,ବଲାଙ୍ଗୀରରୁ ରାମନାରାୟଣ ଦାଶ, ପ୍ରଭାକର ଛନ୍ଦ ଓ ସୁବର୍ଣପୁରରୁ ଚନ୍ଦ୍ରକାନ୍ତ ମିଶ୍ର ଏବଂ ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ପ୍ରମୋଦ କୁମାର ମହାରଣା ସାଧନ କର୍ମୀ ଭାବେ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏକ ରକ୍ତଦାନ ଶିବିରରେ କାଉନସିଲର ମାନେ ରକ୍ତ ଦାନ କରିଥିଲେ । ବନମାଳୀ ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ପଦ୍ମଜା ପତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନ ଶିକ୍ଷକ ତୃପ୍ତିରଂଜନ ଦାନୀ, ଗୋପାଳ ଅମାତ, ଝସକେତନ ପ୍ରଧାନ ଓ ସରସରା ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।