ବଲାଙ୍ଗିର, ଜିଲ୍ଲା ସଂସ୍କୃତି ପରିଷଦ ଓ ବଲାଙ୍ଗିର ଲୋକ ଉତ୍ସବ ସମିତି ପକ୍ଷରୁ ଅନୁଷ୍ଠିତ ୨୨ତମ ବଲାଙ୍ଗୀର ଲୋକଉତ୍ସବର ଥିଲା ଦ୍ଵିତୀୟ ଦିବସ l ପୂର୍ବାହ୍ନରେ କଳା ମଣ୍ଡଳ ପଡିଆର ପୁରୁଣା ମଞ୍ଚରେ ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତାରେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବl ଶତାଧିକ କଳାକାରଙ୍କ ସମାଗମ ହୋଇଥିଲା l ସ୍ଥାନୀୟ କୋଶଳ କଲାମଣ୍ଡଲ ପଡିଆ ନୂଆ ମଞ୍ଚ ଠାରେ ଅନୁଷ୍ଠିତ ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଉତ୍ତରାଞ୍ଚଳ ଆଇ.ଜି ଆଇ.ପି.ଏସ୍ ହିମାଂଶୁ ଲାଲ ଯୋଗ ଦେଇ ବଲାଙ୍ଗିର ମୋର ହୃଦୟର ନିକଟରେ ଅଛି ଓ ଏହାର ସଂସ୍କୃତି ଓ ଐତିହ୍ଯ ସମୃଦ୍ଧ ଅଟେ ବୋଲି କହିଥିଲେ l ବଲାଙ୍ଗିରର ଆତିଥ୍ୟ ମୁଁ ଯେଉଁଠାରେ ଥିଲେ ବି ମତେ ଏହି ସ୍ଥାନକୁ ଟାଣି ଆଣିଛି ବୋଲି କହିଥିଲେ l ବଲାଙ୍ଗିରରେ କାର୍ଯ୍ୟରତ ଏସ୍.ପି ମଧ୍ୟ ବେଶ୍ ଦକ୍ଷ ଓ କର୍ମତତ୍ପର ବୋଲି ଶ୍ରୀ ଲାଲ କହିଥିଲେ l ବଲାଙ୍ଗିରର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପବିତ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବରେ ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ ମେହେର, ଟିଟିଲାଗଡ଼ ଉପଜିଲ୍ଲାପାଳ ରୋହନ ଖତ୍ରୀ ଯୋଗ ଦେଇ ଲୋକ ଉତ୍ସବ ମାଧ୍ୟମରେ ଲୁପ୍ତପ୍ରାୟ ଲୋକକଳାର ପୁନଃରୁଦ୍ଧାର ହୋଇପାରୁଛି ବୋଲି କହିଥିଲେ l ସଭା ପ୍ରାରମ୍ଭରେ ଲୋକ ଉତ୍ସବ ପ୍ରଚାର ପ୍ରସାର ଅଧ୍ୟକ୍ଷ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ ସାହୁ ଅତିଥି ପରିଚୟ ଓ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରି ମଞ୍ଚାସୀନ ଥିଲେ l ଦ୍ଵିତୀୟ ସନ୍ଧ୍ୟାରେ କଳାକାର ଭାବେ ବରିଷ୍ଠ ଚିତ୍ରଶିଳ୍ପୀ ନନ୍ଦରାଜ ନାଏକଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ଵର୍ଦ୍ଧିତ କରାଯାଇଥିଲା l ଅତିଥି କଳାକାର ବିନୋଦ ବିହାରୀ ଦାସ ମଞ୍ଚାସୀନ ଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ମଞ୍ଚାସୀନ ଅତିଥି ମାନଙ୍କୁ ଉପାୟନ ଓ ଫଳକ ପ୍ରଦାନ କରିଥିଲେ l ସମ୍ପlନ୍ କମିଟିର ସହଅଧ୍ୟକ୍ଷ ରସରାଜ ଅଚ୍ୟୁତ ପୁରୋହିତ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଗ୍ରାଉଣ୍ଡ ମ୍ୟାନେଜମେଣ୍ଟ କମିଟିର ସହଅଧ୍ୟକ୍ଷ ବିକାଶ ସା ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ। ପରେ ପରେ ହରିଆଣାର ଘୁମର ନୃତ୍ୟ, ମହାରାଷ୍ଟ୍ରର ଗୋନ୍ଧାଲ ନୃତ୍ୟ, ଆସାମର ରାଭା, ଢେଙ୍କାନାଳର ଲଉଡ଼ି ନୃତ୍ୟ ତଥା ପୁଇଁତଳାର ଢ଼ୋଲମହୁରୀ କଳାକାର ସଂଘର ସାଂସ୍କୃତିକ କାର୍ଯ୍ୟକ୍ରମ, କଳାହାଣ୍ଡିର ଘୁମରା ନୃତ୍ୟ ଓ ବଲାଙ୍ଗିରର କଳାକାର ମାନଙ୍କ ଦ୍ଵାରା ଡାଲଖାଇ ନୃତ୍ୟ କୁ ଦେଖଣାହାରୀ ମାନେ ଉପଭୋଗ କରିଥିଲେ l ଅପରାହ୍ନରେ ଲୋକ ଉତ୍ସବ ସେମିନାର କମିଟି ପକ୍ଷରୁ ସ୍ଥାନୀୟ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ‘ଲୋକ ସଂସ୍କୃତି ରେ ଘୁଡକା ର ଠାନ୍’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଦିନ ତୁଳନାରେ ଆଜି ଦର୍ଶକ ଓ କଳାପ୍ରେମୀ ମାନଙ୍କ ଭିଡ଼ ଅପେକ୍ଷାକୃତ ଅଧିକ ରହିଥିବା ଦେଖା ଯାଇଥିଲା l ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଆଜି ଦର୍ଶକ ମାନେ ମନ ଭରି ଉପଭୋଗ କରିଛନ୍ତି l