
ସାନଖେମୁଣ୍ଡି: ବ୍ୟାସକବି ଫକୀରମୋହନ ସେନାପତି ଙ୍କ ସୃଷ୍ଟି ରେ ସମାଜର ଚିତ୍ର ସର୍ବଦା ପ୍ରତିଫଳିତ ହୋଇଛି। ତାଙ୍କରି ରଚିତ ଲେଖନୀ ସମୂହରେ ସାମାଜିକ ପ୍ରତିବଦ୍ଧତା ଯୁଗ ଯୁଗ ଧରି ରହିଛି ଓ ରହିଥିବବୋଲି ସାନଖେମୁଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠିତ ମାସିକ ସାହିତ୍ୟ ଆସର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ସମାବେଶ ରେ ବିଶିଷ୍ଟ ସାହିତ୍ୟିକ ମାନେ ମତପ୍ରକାଶ କରିଛନ୍ତି। ସାନଖେମୁଣ୍ଡି ଶିକ୍ଷକ ଭବନ ପରିସରରେ ରାମଚନ୍ଦ୍ର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାହିତ୍ୟ ଆସରକୁ ଚାନ୍ଦିପୁଟ୍ କଲେଜ ଅଧ୍ୟାପକ ଡଃ ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ ଉଦଘାଟନ କରିଥିବାବେଳେ ମୁଖ୍ୟ ସମ୍ପାଦକ ଡଃ ପ୍ରଣବାନନ୍ଦ ପାଟ୍ଟଯୋଷି ଅତିଥି ପରିଚୟ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।
“ଫକୀରମୋହନ ସେନାପତିଙ୍କ ସୃଷ୍ଟି ରେ ସାମାଜିକ ଚିତ୍ର” ଶୀର୍ଷକ ଆଲୋଚନାଚକ୍ର ରେ ଆଲୋଚକ ଭାବେ ପାଟପୁର ବିଶ୍ୱାସ ରାୟ କଲେଜ ଅଧ୍ୟାପକ ଅନୁଜ ବେହେରା ସନ୍ଦର୍ଭ ପାଠ କରିଥିଲେ। ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଓ ସଙ୍ଗଠକ ଡ଼ଃ ଲକ୍ଷ୍ମୀ ନାରାୟଣ ଦାଶ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ଡଃ ହରିକୃର୍ଷ୍ନ ନାୟକ, ସାହିତ୍ୟିକ ଲକ୍ଷ୍ମୀକାନ୍ତ ପାତ୍ର ପ୍ରମୁଖ ଯୋଗଦେଇ ଭାଷା ସାହିତ୍ୟକୁ ଫକୀରମୋହନ ସେନାପତିଙ୍କ ଅବଦାନ ସହ ସାହିତ୍ୟ ସଂସଦ ର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ଉପସଭାପତି ବିନାୟକ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨ୟ କବିତା ପାଠୋତ୍ସବ ଅଧିବେଶନ ରେ ବରିଷ୍ଠ କବି ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଭାସ୍କର ରାଉତ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ଶିବରାମ ସାବତ ସହ-ସମ୍ପାଦିକା ସୁରଭି ରାଣୀ ନାୟକ ସଞୋଜନା କରିଥିବାବେଳେ ସୋମନାଥ ଦାଶ ଶର୍ମା ଡ଼ଃ ହରିକୃଷ୍ନ ନାୟକ ଡ଼ଃ ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ ବିଚିତ୍ର ଦୋରା ପିତବାସ ତ୍ରିପାଠୀ ଶିବରାମ ସାବତ ସୁରେଶ କୁମାର ନାୟକ ବୃନ୍ଦାବନ ବାଡତ୍ୟା ବେଣୁଧର ତ୍ରିପାଠୀ ରୋହିତ ଜେନା ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।