ଭୁବନେଶ୍ୱର– କଣାସ ଅଞ୍ଚଳ ଝାଡାବାନ୍ତି ବ୍ୟାପିବାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଟିମ କଣାସ ଅଞ୍ଚଳକୁ ପଠାଯାଇଛି । ପର୍ଯ୍ୟାପ୍ତ ପରିମାଣର ଅବଶକୀୟ ଔଷଧ ମହଜୁତ ଅଛି । ଲୋକଙ୍କୁ ସଚେତନ କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କଣାସ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ କଡା ନିର୍ଦେଶ ଦିଆଯାଇଛି । ସରକାର ସଜାଗ ଅଛନ୍ତି । ଚିକିତ୍ସା ସେବା ଠିକରେ ଚାଲିଛି । ଝାଡାବାନ୍ତି ସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ମୋତେ ନିର୍ଦେଶ ଦେଇଛନ୍ତି । ସେ ଅଂଚଳରେ କିପରି ଅଧିକ ଝାଡାବାନ୍ତି ନ ବ୍ୟାପେ ସେଥିପାଇଁ ଆମେ ପଦକ୍ଷେପ ନେଉଛୁ ଆଉ ସଜାଗ ଅଛୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
Related Stories
January 21, 2025