ଭୁବନେଶ୍ୱର– କଣାସର ହଇଜା ସ୍ଥିତି ନେଇ ବର୍ଷିଛନ୍ତି ଉମା ସାମନ୍ତରାୟ । ପୁରୀ ଜିଲ୍ଲା କଣାସ ବ୍ଲକରେ ହଇଜା ଯୋଗୁଁ ଅନେକ ମଲେଣି ଆଉ ଅନେକ ଅସୁସ୍ଥ ଅଛନ୍ତି । କଣ ଅଭାବ ଥିଲା, ନୂଆ ସରକାର କି ତର୍ଜମା କରୁଛି । କଣାସ ବ୍ଲକରେ ଦୟା, ଲୁଣା ମକରା ନଈ ଚିଲିକାରେ ମିଶିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଥିଲେ ଯେ ଯେହେତୁ ଭୁବନେଶ୍ୱରରୁ ଗଙ୍ଗୁଆ ନଦୀ ପାଣି ଦୟାରେ ମିଶି ପ୍ରଦୂଷଣ ହେଉଛି, ନବୀନ ପଟ୍ଟନାୟକ 900 କୋଟିର ମେଗା ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ମଞ୍ଜୁରୀ ଦେଇଥିଲେ । କାମ 80-90% ସରିଛି । ହେଲେ ଏହା ନୂଆ ସରକାର ସମୟରେ ବନ୍ଦ ପଡିଛି । ଆଉ ଗୋଟେ ଟ୍ରିଟମେଣ୍ଟ ପ୍ଲାଣ୍ଟ ପିପିଲି ଦେଇ ଯିବାର 262 କୋଟିର ଟେଣ୍ଡର ଡକାଯାଇଥିଲା । ହେଲେ ଟେଣ୍ଡର ଓପନ ବି ହୋଇନି । କଣାସର ଅନେକ ଗାଁର ଜନସାଧାରଣ ହଇଜାରେ ଆକ୍ରାନ୍ତ ହୋଇ ମଲେଣି । ଖବର ପାଇବା ପରେ ନବୀନ ପଟ୍ଟନାୟକ ମୋତେ କଣାସ ଯିବାକୁ ନିର୍ଦେଶ ଦେଇଥିଲେ । ପ୍ରଶାସନ ସହ ଗତ 10 ଦିନରୁ ସେଠାରେ ରହି ମୁଁ କାମ କରୁଛି । ପିଇବା ପାଣି ପର୍ଯ୍ୟାପ୍ତ ପହଂଚି ନାହିଁ । ବିଧାୟକ ଓ ସାଂସଦ 10 ଦିନ ପରେ ଦିଲ୍ଲୀରେ ଫେରି ସେହି ଅଞ୍ଚଳ ଗଲେ । ସେମାନେ ଲୋକେ ମଲା ବେଳେ କୁଆଡେ ଥିଲେ ବୋଲି ପ୍ରଶ୍ନ ହେଲାଣି । ଗାଁରୁ ତାଙ୍କୁ ଲୋକେ ଫେରାଇ ଦେଲେ । ସାକ୍ଷୀଗୋପାଳରୁ ଆମ୍ବୁଲାନସ ଆସୁଛି । ମୁଖ୍ୟମନ୍ତ୍ରୀ କି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମାନବିକତା ନାହିଁ ଯେ ସେ ସ୍ଥାନକୁ ଯିବାକୁ । ମେଡିକାଲରେ କେଶ ବଢୁଛି । ପିଏଚସି ତାଲା ପଡିଛି । ଏଏନଏମ ସେଣ୍ଟରରେ ଚାବି ପଡିଛି । ନୂଆ ସରକାର ଆସିବା ପରେ ଡାକ୍ତର କି ମେଡିକାଲ ଷ୍ଟାଫ ବି ନାହାନ୍ତି । ଡାକ୍ତର ରମେଶ ବେହେରାଙ୍କୁ ଲୋକେ ଝୁରୁଛନ୍ତି । ହେଲେ ତାଙ୍କୁ ଗାଳି କରି ବିଦା କରିବାରୁ ସେ ଭିଆରଏସ ନେଲେ । ସମବେଦନା ସହ ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ । ଯେଉଁ କାମ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ, ତାକୁ ସତ୍ୟବାଦୀ ବିଧାୟକ କାମ ବନ୍ଦ କରିଛନ୍ତି । ଅସାଧୁ ଉପାୟରେ ଟଙ୍କା ନେବାକୁ ଏପରି କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ସବୁ କାମ ବନ୍ଦ । ଏହା କଣାସ ପାଇଁ ଲଜ୍ଜା । ଧନ୍ୟବାଦ ଯେ ନବୀନ ପଟ୍ଟନାୟକ କଣାସର 24 ପଞ୍ଚାୟତକୁ ଏଲ ଆଣ୍ଡ ଟି ଜରିଆରେ ପାଣି ଯୋଗାଇଛନ୍ତି । ତୁରନ୍ତ ଅନ୍ୟ ସ୍ଥାନ ପାଇଁ ପାଣି ବ୍ୟବସ୍ଥା କରନ୍ତୁ ସରକାର । ନହେଲେ ଗଣଆନ୍ଦୋଳନ ହେବ ବୋଲି ପୂର୍ବତନ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି ।
Related Stories
January 21, 2025