ଇସଲମାବାଦ– ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ଅଂଚଳରେ ସ୍ଥିତ ଗ୍ୱାଦର ଅନ୍ତର୍ଜାତୀୟ ଏୟାରପୋର୍ଟର ଉଦଘାଟନ ହୋଇଛି । ଏହି ଅତ୍ୟାଧୁନିକ ଏୟାରପୋର୍ଟ 42 ଅରବ ଡଲାରର ଚୀନ-ପାକିସ୍ତାନ ଆର୍ଥିକ କରିଡର ପ୍ରକଳ୍ପ ଅନ୍ତର୍ଗତ ବିକଶିତ କରାଯାଇଛି । ଏୟାରପୋର୍ଟର ନିର୍ମାଣ ଓ ଆର୍ଥିକ ପୋଷଣ କାର୍ଯ୍ୟ ଚୀନ କରିଛି, ଯାହାକି ପାକିସ୍ତାନ ଓ ଚୀନ ମଧ୍ୟରେ ବଢୁଥିବା ଆର୍ଥିକ ଓ ରଣନୈତିକ ସହଯୋଗର ପ୍ରତୀକ ଅଟେ ।
ଗ୍ୱାଦର ଅନ୍ତର୍ଜାତୀୟ ଏୟାରପୋର୍ଟ ପାକିସ୍ତାନର ସବୁଠୁ ବଡ ଏୟାରପୋର୍ଟ ଅଟେ, ଯାହାକୁ ଆଧୁନି ଟେକ୍ନୋଲୋଜି ଓ ସୁବିଧାରେ ନିର୍ମାଣ କରାଯାଇଛି । କେବଳ ସ୍ଥାନୀୟ ଓ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଉତମ ସେବା ପ୍ରଦାନ କରିବା ଏହାର ଲକ୍ଷ୍ୟ ନୁହେଁ ବରଂ ଏହା ବ୍ୟବସାୟ ଓ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ।