ମସ୍କୋ– ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଶୁଭକାମନା ଜଣାଇଛନ୍ତି । ଟ୍ରମ୍ପଙ୍କୁ ହ୍ୱାଇଟ ହାଉସରେ ଦ୍ୱିତୀୟ ଥର ଫେରିବାକୁ ନେଇ ଶୁଭେଚ୍ଛା ଜଣାଇ ପୁଟିନ କହିଛନ୍ତି ଯେ, ସେ ଦ୍ୱିପାକ୍ଷିକ ସଂପର୍କକୁ ସୁଦୃଢ କରିବା ଓ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ।
ପୁଟିନ ଟେଲିଭିଜନରେ ଦେଇଥିବା ନିଜ ବୟାନରେ ଟ୍ରମ୍ପଙ୍କୁ ଆଗାମୀ ଶପଥ ଗ୍ରହଣ ସମାରୋହରେ ଶୁଭେଚ୍ଛା ଜଣାଇ ନିଜ ବାର୍ତ୍ତାରେ କହିଛନ୍ତି ଯେ, ଆମେ ଦୁଇ ଦେଶର ହିତରେ ସହଯୋଗ ବୃଦ୍ଧି ଓ ବିଶ୍ୱ ସ୍ଥିରତା ପାଇଁ ମିଳିତ ଭାବେ କାମ କରିବାକୁ ଆଶା କରୁଛି । ସେ ଏହା ବି କହିଛନ୍ତି ଯେ, ଋଷ ୟୁକ୍ରେନରେ ସ୍ଥାୟୀ ଶାନ୍ତିର ପକ୍ଷଧର ଅଟେ ଏବଂ ଏଥିପାଇଁ କୂଟନୀତିକ ଉଦ୍ୟମକୁ ପ୍ରାଥମିକତା ଦେବ ।
Related Stories
January 21, 2025
January 21, 2025