ଗଞାମ– ଗଞାମ ଜିଲା ଶେରଗଡ ବ୍ଲକ ର ପିତ୍ତଳ ବଜାରରେ ଦୁର୍ବନ୍ଧ ଗ୍ରାମର ରବି ଦାସ ଓ ପିତ୍ତଳର ଅଭିମନ୍ୟୁ ଜେନା ମିଳିତ ହୋଇ ଅନ୍ଯର ଘରଡିହକୁ ନିଜ ନାମରେ ଜାଲିଆତି ପଟ୍ଟାକରି କିଣା ବିକା କରିଥିବା ଜଣାପଡିଛି। ବରିଷ୍ଠ ନାଗରିକ ହୃଷୀକେଶ ମହାନ୍ତିଙ୍କ ଘରର ପୂର୍ବପଟେ ଥିବା ବିଜୟ ସାହୁ ଓ କେ ଯୋଗେନ୍ଦ୍ର ଘରଡିହକୁ ରବି ଦାସ ଓ ଅଭିମନ୍ଯୁ ଯେନା ନିଜ ନାମରେ ପଟ୍ଟା କରାଇନେଇ କିଣାବିକା କରିଥିବା ଘଟଣା ସାଧାରଣରେ ଜଣାପଡିବା ଫଳରେ ଜନସାଧାରଣଙ୍କ ମନରେ ବିସ୍ମୟ ସୃଷ୍ଟି ହେବା ସହ ରାଜସ୍ବ ବିଭାଗ ପ୍ରତି ଆସ୍ଥା,ବିଶ୍ୱାସ ତୁଟିଯାଇଛି। ଏହି ଘରଡିହ ସଂପର୍କରେ ହାଇକୋର୍ଟରେ ମୋକଦ୍ଦମା ଚାଲିଥିବା ବେଳେ କିପରି ରାଜସ୍ୱ ବିଭାଗ ପକ୍ଷରୁ ଜାଲପଟା କରି ତୃତୀୟ ଓ ଚତୁର୍ଥ ବ୍ଯକ୍ତି ଏହି ଘରଡିହ କିଣାବିକା କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଗଞାମ ଜିଲାପାଳ, ଗଂଜାମ ଜିଲ୍ଲା ଏସପି, ଶେରଗଡ ତହସିଲଦାର, ହିଞ୍ଜଳିକାଟୁ ପୁଲିସ୍ ଥାନା ଅଧିକାରୀ, ଭଂଜନଗର ଉପଜିଲ୍ଲାପାଳ, ସନ୍ତୋଷ ପୁର ରାଜସ୍ୱ ପରିଦର୍ଶକ ଘଟଣାର ତଦନ୍ତ କରିବା ସହ ଜାଲିଆତି କାରବାରରେ ଲିପ୍ତଥିବା ବ୍ଯକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓ ଜାଲ୍ ପଟ୍ଟାକୁ ରଦ୍ଦ କରିବାକୁ ଜନସାଧାରଣରେ ଦାବି ହେଉଛି ।
Related Stories
January 21, 2025