ମହାକୁମ୍ଭନଗର-ପ୍ରୟାଗରାଜ ମହାକୁମ୍ଭରେ ଏହି ଦିନଗୁଡିକରେ ଅନେକ ସ୍ଥାନରେ ଲଗାଯାଇଥିବା ପୋଷ୍ଟର ଚର୍ଚ୍ଚାର ବିଷୟ ପାଲଟିଛି।ପ୍ରୟାଗୱାଲ ଏବଂ ତୀର୍ଥ ପୁରୋହିତଗଣ ଦ୍ୱାରା ପ୍ରକାଶିତ ପୋଷ୍ଟରରେ ମେଳା ପ୍ରଶାସନ ଉପରେ ଅନେକ ଗମ୍ଭୀର ଅଭିଯୋଗହୋଇଛି।
ପୋଷ୍ଟରରେ ଲେଖାଯାଇଛି ମେଳା ପ୍ରଶାସନ ପ୍ରୟାଗରାଜ ମେଳାକୁ ପିକନିକ ସ୍ଥାନ ଭାବେ ପରିଣତ କରୁଛି,ଯେଉଁଥିପାଇଁ ଭକ୍ତମାନେ ଦୁଖିତଃ।ବିଶ୍ୱାସ, ପରମ୍ପରା,ଏବଂ ସମ୍ମାନ ମରୁଛି।ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇପଡିଛି।
ପୋଷ୍ଟରରେ ବଡ ଅକ୍ଷରରେ ଲେଖାଯାଇଛି ଯେ ସନାତନ ଧର୍ମର ବିଶ୍ୱାସ ଏବଂ ସମ୍ମାନ ସହିତ ପରମ୍ପରାକୁ ହତ୍ୟା ।
ପୋଷ୍ଟର ଅନୁଯାୟୀ ପ୍ରୟାଗରାଜର ତୀର୍ଥଯାତ୍ରୀ ଏବଂ କଳ୍ପୱାସୀ ସାବଧାନ ପ୍ରୟାଗରାଜ ମେଳା ପ୍ରାଧିକରଣ ଦ୍ୱାରା ତୀର୍ଥଯାତ୍ରୀ ଏବଂ କଲ୍ପବାସୀଙ୍କ ସହ ସାବତ ବ୍ୟବହାର କରି ବିଶ୍ୱାସ ଏବଂ ସମ୍ମାନର ହତ୍ୟା ସହ ସେମାନଙ୍କୁ ମୌଳିକ ସୁବିଧା ପାଣି,ବିଦ୍ୟୁତ ତଥା ଶୌଚାଳୟର ବ୍ୟବସ୍ଥା ଯୋଗାଇବାରେ ସକ୍ଷମ ହୋଇନାହାଁନ୍ତି।ଯେଉଁ ଭୁମି ଯାତ୍ରୀ ଏବଂ କଳ୍ପବାସୀଙ୍କ ସୁବିଧା ପାଇଁ ଉପଲବ୍ଧ ଥିଲା,ତାହା ମଧ୍ୟ ସଙ୍ଗମ କୁଳରୁ ଦୁରେଇ ଦିଆଯାଇଥିଲା।