ଆସନ୍ତାକାଲି ,ଲୋକସେବା ଭବନର ସମ୍ମେଳନ କକ୍ଷରେ *ସକାଳ ୧୦ ଘଟିକା ସମୟରେ ଜାତୀୟ ଶିକ୍ଷା ନୀତି (NEP 2020) କାର୍ଯ୍ୟକାରିତା ନେଇ ତିନିଦିନିଆ ଜାତୀୟସ୍ତରୀୟ କର୍ମଶାଳାର ଶୁଭାରମ୍ଭ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ମୁଖ୍ୟ ଅତିଥିଭାବେ ଯୋଗ ଦେବାକୁ ଥିବା ବେଳେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।
ତେଣୁ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଯଥା ସମୟରେ ଉପସ୍ଥିତ ରହି କର୍ମଶାଳାର ବ୍ୟାପକ ପ୍ରସାରଣ କରିବାକୁ ଅନୁରୋଧ ।