ଭବାନୀପାଟଣା– ଗତକାଲି ବିଳମ୍ବିତ ଯାଏଁ ବୋର୍ଡl ଶିଶୁମନ୍ଦିରରେ ୨୬ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ଯୋଗଦାନ କରିଥିଲେ। ଏମ. ପି. ଙ୍କୁ ବିରାଟ ପଟୁଆରେ ବାଜା ବଜାଇ ମହିଳା, ପୁରୁଷ ଓ ଶିଶୁମନ୍ଦିରର ଛାତ୍ରଛାତ୍ରୀ ସ୍ୱାଗତ କରିଥିଲେ। ସ୍ଥାନେ ସ୍ଥାନେ କଳସ ଫୁଲ ମାଲ ଦେଇ ବନ୍ଦାପନା କରି ପାଛୋଟି ନେଇଥିଲେ।
ଶିଶୁମନ୍ଦିର ମଞ୍ଚରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଗଙ୍ଗାରାମ ଭାଟି, ଅତିଥି ହୃଦାନନ୍ଦ ସାହୁ ଜିଲ୍ଲା ପରିଷଦ ସଭ୍ୟ, ସଞ୍ଜୀବ କୁମାର ମିଶ୍ର ସରପଞ୍ଚ ଡୁମୁରିଆ ପଂଚାୟତ, ଶ୍ରୀମତୀ ରୀନା ରାଣୀ ଜାଲ ସରପଞ୍ଚ ବୋରଡ଼ା ପଂଚାୟତ, ଅତିଥିଙ୍କ ଗହଣରେ ମୁଖ୍ୟ ବକ୍ତା ଭାବରେ ସମ୍ବାଦ ପ୍ରତିନିଧି ଦେବେନ୍ଦ୍ର ବିଶି, ଏବଂ ବୋରଭଟା ସରପଞ୍ଚ ବିବେକ ନାଗ ମଞ୍ଚାସିନ ଥିଲେ। ଅତିଥି ମାନଙ୍କ ଦ୍ଵାରା ପ୍ରଥମେ ପୂଜାର୍ଚନା କରାଯାଇଥିଲା ଓ ଅତିଥି ମାନଙ୍କୁ ସମର୍ଦ୍ଧିତ କରି ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଂଗୀତ, ପ୍ରଧାନ ଆଚାର୍ଯ୍ୟଙ୍କ ଦ୍ଵାରା ବିବରଣୀ ପଠନ କରାଯାଇଥିଲା। ଶିଶୁମନ୍ଦିରର ଛାତ୍ରଛାତ୍ରୀ, ଅଭିଭାବକ, ସମାଜ ସେବି, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଅତିଥି ଙ୍କ ଅଭିଭାଷଣ, ପରେ ମୁଖ୍ୟ ଅତିଥିଙ୍କ ଅଭିଭାଷଣରେ ଶିଶୁମନ୍ଦିରର ବିଭିନ୍ନ ସମସ୍ୟା, ଶିକ୍ଷାର ଅଗ୍ରଗତି ପୁର୍ଣ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ପୁରସ୍କୃତ କରାଯାଇଥିଲା।