ଉଦୟପୁର– ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି ଯେ, ଏନଡିଏ ସହିତ ମୁକାବିଲା କରିବା ନିମନ୍ତେ ଇଣ୍ଡିଆ ମେଂଟ ପୂର୍ବରୁ ମଜବୁତ ଥିଲା ଏବଂ ଆଜି ବି ମଜବୁତ ରହିଛି । ଏଥିରେ କୌଣସି ଦ୍ୱିମତ ନାହିଁ । ପାଇଲଟ ସୋମବାର ଉଦୟପୁରରେ ସାମ୍ବାଦିକ ମାନଙ୍କ ସହିତ କଥାବାର୍ତା ବେଳେ କହିଛନ୍ତି ଯେ, ଦିଲ୍ଲୀରେ ନିର୍ବାଚନ ହେବାକୁ ଯାଉଛି । ଦିଲ୍ଲୀର ଜନତା କେଜରିୱାଲ ସରକାରକୁ ବହୁତ ଥର ସୁଯୋଗ ଦେଲେ, କେନ୍ଦ୍ର ସରକାରଙ୍କୁ ମଧ୍ୟ ଅନେକ ସୁଯୋଗ ଦେଲେ । ଗତ ୧୨ ବର୍ଷରେ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରର ଲଢ଼େଇରେ ଦିଲ୍ଲୀର ଜନତା ପେସି ହୋଇଗଲେଣି । ଏପରି ସ୍ଥିତିରେ କଂଗ୍ରେସ ଦଳ ଏକ ଭଲ ବିକଳ୍ପ ହୋଇ ସାମ୍ନାକୁ ଆସିଛି । ଆମେ ଜନତାଙ୍କୁ କିଛି ଗ୍ୟାରେଂଟି ଦେଇଛୁ । ଯେତେବେଳେ ଦିଲ୍ଲୀରେ ସିଲା ଦୀକ୍ଷିତଙ୍କ କଂଗ୍ରେସ ସରକାର ଥିଲା ସେତେବେଳେ ସେଠାରେ ଯେଉଁ ବିକାଶ ହୋଇଥିଲା ଜନତା ଆଜି ବି ତାକୁ ମନେ ପକାଉଛନ୍ତି ।
ସେ କହିଛନ୍ତି ଯେ, ଆମେ ଦୃଢ଼ତାର ସହିତ ଲଢ଼ିବୁ । କଂଗ୍ରେସ ଦଳର ଦିଲ୍ଲୀରେ ଭଲ ପ୍ରଦର୍ଶନ ରହିଛି । ଆମେ ଇଣ୍ଡିଆ ମେଂଟର ଶୁଭାରମ୍ଭ କରିଥିଲୁ, ସେତେବେଳେ ରାହୁଲ ଗାନ୍ଧି ଏବଂ ଖଡ଼ଗେ ସମସ୍ତେ ଦଳକୁ ଲୋକସଭା ନିର୍ବାଚନରେ ଏକାଠି ନେଇ ଆସିଥିଲେ । ଏବଂ ଲୋକସଭା ନିର୍ବାଚନରେ ବହୁତ ଭଲ ଫଳାଫଳ ଆସିଥିଲା । ଏନଡିଏ ସହିତ ମୁକାବିଲା କରିବା ନିମନ୍ତେ ଇଣ୍ଡିଆ ମେଂଟ ପୂର୍ବରୁ ମଜବୁତ ଥିଲା ଏବଂ ଆଜି ମଧ୍ୟ ମଜବୁତ ଅଛି ।