ଡେରାଡୁନ– ଉତରାଖଣ୍ଡରେ ସମାନ ନାଗରିକ ସଂହିତା ଦିଗରେ ଐତିହାସିକ ପଦକ୍ଷେପ ନେଇ ଧାମୀ ମନ୍ତ୍ରିମଣ୍ଡଳ ସୋମବାର ଏହାର ନିୟମାବଳୀକୁ ମଂଜୁରୀ ଦେଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଧାମୀ କହିଛନ୍ତି ଯେ, ଏହି ନିଷ୍ପତି 2022 ବିଧାନସଭା ନିର୍ବାଚନରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଦିଗରେ ନିଆଯାଇଥିବା ବଡ ପଦକ୍ଷେପ ଅଟେ ।
ସୋମବାର ସଚିବାଳୟରେ ଆୟୋଜିତ ମନ୍ତ୍ରିମଣ୍ଡଳର ବୈଠକରେ ୟୁସିସିର ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି ଯେ, ଆମ ସରକାର ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପାରିତ କରିଛି । ଆମେ 2022 ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲୁ ଯେ, ଆମେ ରାଜ୍ୟରେ ସମାନ ନାଗରିକ ସଂହିତା ଆଣିବୁ । ଆଜି ହିଁ ମନ୍ତ୍ରିମଣ୍ଡଳ ବୈଠକରେ ଆମେ ସର୍ବସମ୍ମତି କ୍ରମେ ୟୁସିସିକୁ ପାରିତ କରିଛୁ, ଯାହା ଖୁବ ଶୀଘ୍ର ରାଜ୍ୟରେ ଲାଗୁ ହେବ ।