ନୂଆଦିଲ୍ଲୀ– ବିଜେପି ଆମ ଆଦମୀ ପାର୍ଟି ଉପରେ ନିଶାନା ସାଧି କହିଛି ଯେ, ଅରବିନ୍ଦ କେଜରିୱାଲ ଓ ଅନ୍ୟ ଦଳ ଦିଲ୍ଲୀର ନିର୍ବାଚନରେ ବାଂଲାଦେଶୀ, ରୋହିଙ୍ଗ୍ୟା ମୁସଲମାନଙ୍କ ସମର୍ଥନ କରୁଛି । ଆମ ଆଦମୀ ପାର୍ଟି ପରି ରାଜନୈତିକ ପାର୍ଟି ରୋହିଙ୍ଗା, ମୁସଲମାନ, ବାଂଲାଦେଶୀଙ୍କୁ ସଂରକ୍ଷଣ ଦେଉଛି । କେଜରିୱାଲ ସେମାନଙ୍କୁ ଶରଣ ଦେବା ସହ ସେମାନଙ୍କ ଭୁଲ କାମରେ ସମର୍ଥନ ବି କରୁଛନ୍ତି । ଅରବିନ୍ଦ କେଜରିୱାଲ ଦେଶ ବିରୋଧୀ ଶକ୍ତିଙ୍କ ସହ ଅଛନ୍ତି ।
ସୋମବାର ବିଜେପି ମୁଖ୍ୟାଳୟରେ ଆୟୋଜିତ ପ୍ରେସମିଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଅନୁରାଗ ଠାକୁର କହିଛନ୍ତି ଯେ, ଆଜି ଆତଙ୍କବାଦ ଦେଶ ଓ ବିଶ୍ୱ ପାଇଁ ଏକ ବଡ ପ୍ରସଙ୍ଗ ଅଟେ । କୌଣସି ବି ଦେଶ ପାଇଁ ଜାତୀୟ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଯେଉଁଠି ବିଜେପିର ପ୍ରଶ୍ନ ଉଠୁଛି, ଆମେ ସବୁବେଳେ ଆତଙ୍କବାଦ ବିରୁଦ୍ଧରେ ଜିରୋ ଟଲେରାନ୍ସର ଓକିଲାତି କରୁଛୁ ଏବଂ ମୋଦି ସରକାର ଗତ 11 ବର୍ଷର ରେକର୍ଡ ନିଜେ ହିଁ ସବୁକିଛି ବୟାନ କରୁଛି । ଆମେ ନକ୍ସଲବାଦକୁ ଶେଷ କରିବା ପାଇଁ ବି ପ୍ରତିବଦ୍ଧ ଅଟୁ । ଆମ ପାଇଁ ସବୁବେଳେ ଦେଶ ସର୍ବୋପରି ଅଟେ । କିନ୍ତୁ କିଛି ରାଜନୈତିକ ଦଳ ଏପରି ଅଛନ୍ତି ଯେଉଁମାନେ ଦେଶ ବିରୋଧୀ ଶକ୍ତି ସହିତ ହାତ ମିଳାଉଛନ୍ତି । ରାଜନୈତିକ ଲାଭ ଉଠାଇବା ପାଇଁ ତାଙ୍କ ଠାରୁ ଚାନ୍ଦା ନେଉଛନ୍ତି ପୁଣି ମୌନ ରୁହନ୍ତି କିନ୍ତୁ ଏହି ନିରବତା କାହିଁକି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।