ଭୁବନେଶ୍ୱର – ଆସନ୍ତା ୩୧ ତାରିଖରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ବିଜେଡ଼ି ସଂସଦୀୟ ଦଳର ବୈଠକ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ହେବ । ରାଜ୍ୟର ସାଂସଦମାନେ ଓଡ଼ିଶା ବିଧାନସଭା ଦ୍ୱାରା ସର୍ବସମ୍ମତ ଭାବେ ୨୦୦୮ ମସିହାରେ ପାରିତ ହୋଇଥିବା ଓଡ଼ିଶା ପଛୁଆବର୍ଗ ସଂରକ୍ଷଣ ଆଇନ୍ – ୨୦୦୮କୁ ସମ୍ବିଧାନର ୯ମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ କରିବାକୁ ଦାବି ଜଣାଇବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି । ଆଜି ଶ୍ରୀ ବେହେରା ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ରାଜ୍ୟର ସାଂସଦମାନଙ୍କୁ ନିଦେ୍ର୍ଧଶ ଦେବାକୁ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ ଜାତିଗତ ଜନଗଣନାକୁ ମଧ୍ୟ ସାଂସଦମାନେ ଉପସ୍ଥାପିତ କରିବାକୁ ସେ ଅନୁରୋଧ କରିଛନ୍ତି । ବିଜେପି ଓ କଂଗ୍ରେସ ସାସଂଦମାନେ ମଧ୍ୟ ଦଳମତ ଉଦ୍ଧ୍ୱର୍କୁ ଉଠି ଓଡ଼ିଶା ପଛୁଆବର୍ଗ ସଂରକ୍ଷଣ ଆଇନ୍ -୨୦୦୮କୁ ସମ୍ବିଧାନର ୯ମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ କରିବା ପାଇଁ ସଂସଦରେ ଦାବି ଉପସ୍ଥାପିତ କରିବାକୁ ଶ୍ରୀ ବେହେରା ଅନୁରୋଧ କରିଛନ୍ତି ।
Related Stories
December 23, 2024