ନୂଆଦିଲ୍ଲୀ– ମନ୍ କୀ ବାତର 118ତମ ଏପିସୋଡରେ ସମସ୍ତ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଏଥରର ସାଧାରଣତନ୍ତ୍ର ଦିବସର ଅନେକ ବିଶେଷତ୍ୱ ରହିଛି । ଏହା ଭାରତୀୟ ଗଣତନ୍ତ୍ରର ୭୫ତମ ବାର୍ଷିକୀ ଅଟେ । ଚଳିତ ବର୍ଷ ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷ ପୂରଣ ହେଉଛି । ମୁଁ ସମ୍ବିଧାନ ସଭାର ସେହି ସମସ୍ତ ମହାନ ବ୍ୟକ୍ତିତ୍ୱମାନଙ୍କୁ ପ୍ରଣାମ କରୁଛି, ଯେଉଁମାନେ ଆମକୁ ଆମ ପବିତ୍ର ସମ୍ବିଧାନ ପ୍ରଦାନ କରିଛନ୍ତି । ସମ୍ବିଧାନ ସଭା ସମୟରେ ଅନେକ ବିଷୟ ଉପରେ ସୁଦୀର୍ଘ ଆଲୋଚନା ହୋଇଥିଲା । ସେହି ଆଲୋଚନା, ସମ୍ବିଧାନ ସଭାର ସଭ୍ୟମାନଙ୍କ ଚିନ୍ତାଧାରା, ସେମାନଙ୍କ ବାଣୀ, ଆମର ଏକ ବହୁତ ବଡ଼ ସମ୍ପତି । ‘ମନ୍ କି ବାତ୍’ ରେ ଆଜି ଆପଣମାନଙ୍କୁ କିଛି ମହାନ ନେତାମାନଙ୍କ ମୂଳ ସ୍ୱର ଶୁଣାଇବାକୁ ପ୍ରୟାସ କରିଛି ।
ସଭା ଯେତେବେଳେ ନିଜ କାର୍ଯ୍ୟ ଆରମ୍ଭ କଲା, ସେତେବେଳେ ବାବାସାହେବ ଆମ୍ବେଦକର ମିଳିତ ସହଯୋଗ ସମ୍ପର୍କରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ କଥା କହିଥିଲେ । ତାଙ୍କର ସେହି କଥନ ଇଂରାଜୀରେ ରହିଛି । ଏହାର ଗୋଟିଏ ଅଂଶ ମୁଁ ଆପଣମାନଙ୍କୁ ଶୁଣାଉଛି ।
ବାବାସାହେବ ଏକଥା ଉପରେ ଗୁରୁତ୍ୱ ଦେଉଥିଲେ ଯେ, ସମ୍ବିଧାନ ସଭା, ମିଳିତ ଭାବେ, ଏକମତ ସହ ମିଶିକରି ସମସ୍ତଙ୍କ ହିତ ପାଇଁ କାର୍ଯ୍ୟ କରୁ ।
ଡ. ରାଜେନ୍ଦ୍ର ପ୍ରସାଦ ମାନବୀୟ ମୂଲ୍ୟବୋଧ ପ୍ରତି ଦେଶର ପ୍ରତିବଦ୍ଧତା କଥା କହିଥିଲେ । ଏବେ ମୁଁ ଆପଣଙ୍କୁ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱର ଶୁଣାଉଛି । ସେ ସୁଯୋଗର ସମାନତା ବିଷୟ ଉତ୍ଥାପନ କରଛନ୍ତି ।
ମୁଁ ଆଶା କରୁଛି, ଆପଣଙ୍କୁ ମଧ୍ୟ ସମ୍ବିଧାନ ସଭାର ବିତର୍କ ମଧ୍ୟରୁ ଏହି ମୂଳ ସ୍ୱରସବୁ ଶୁଣି ଭଲ ଲାଗିଥିବ । ଆମେ ଦେଶବାସୀ, ଏହି ଚିନ୍ତାଧାରାରୁ ପ୍ରେରଣା ଗ୍ରହଣ କରି, ଏଭଳି ଭାରତ ନିର୍ମାଣ ପାଇଁ କାମ କରିବାକୁ ହେବ, ଯାହାକୁ ନେଇ ଆମ ସମ୍ବିଧାନ ନିର୍ମାତାମାନେ ମଧ୍ୟ ଗର୍ବିତ ହେବେ ।
Related Stories
January 19, 2025