ନୂଆଦିଲ୍ଲୀ– ମନ୍ କୀ ବାତର 118ତମ ଏପିସୋଡରେ ନିର୍ବାଚନ ଆୟୋଗଙ୍କୁ ଧନ୍ୟବାଦ ଦେଲେ ପିଏମ ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଜାନୁଆରୀ ୨୫ ତାରିଖ ହେଉଛି ଜାତୀୟ ମତଦାତା ଦିବସ । ଏହି ଦିନଟି ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ, ଏହି ଦିନ ଭାରତୀୟ ନିର୍ବାଚନ ଆୟୋଗର ପ୍ରତିଷ୍ଠା ହୋଇଥିଲା ନିର୍ବାଚନ ଆୟୋଗ। ଆମ ସମ୍ବିଧାନ ନିର୍ମାତାଗଣ ସମ୍ବିଧାନରେ ଆମ ନିର୍ବାଚନ ଆୟୋଗକୁ ଏବଂ ଗଣତନ୍ତ୍ରରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବହୁତ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଦେଶରେ ଯେତେବେଳେ ୧୯୫୧-୫୨ ମସିହାରେ ପ୍ରଥମ ଥର ପାଇଁ ନିର୍ବାଚନ ହୋଇଥିଲା, ସେତେବେଳେ “ଏ ଦେଶରେ କ’ଣ ଗଣତନ୍ତ୍ର ଜୀବିତ ରହିପାରିବ!” ସେ କଥାକୁ ନେଇ କିଛି ଲୋକଙ୍କ ମନରେ ଆଶଙ୍କା ଥିଲା । କିନ୍ତୁ ଆମ ଗଣତନ୍ତ୍ର ସମସ୍ତ ଆଶଙ୍କାକୁ ଭୁଲ ପ୍ରମାଣିତ କଲା । ଯେତେହେଲେ, ଭାରତ ହେଉଛି ଗଣତନ୍ତ୍ରର ଜନନୀ । ବିଗତ ଦଶନ୍ଧିମାନଙ୍କରେ ମଧ୍ୟ ଦେଶର ଗଣତନ୍ତ୍ର ସଶକ୍ତ ହୋଇଛି, ସମୃଦ୍ଧ ହୋଇଛି । ମୁଁ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି, ଯିଏ ସମୟ ସମୟରେ ଆମ ନିର୍ବାଚନ ପ୍ରକ୍ରିୟାକୁ ଆଧୁନିକ କରିଛନ୍ତି, ସୁଦୃଢ଼ କରିଛନ୍ତି । ଜନଶକ୍ତିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ବୈଷୟିକ ଶକ୍ତିକୁ ବ୍ୟବହାର କରିଛନ୍ତି । ନିରପେକ୍ଷ ନିର୍ବାଚନ ପାଇଁ ତାଙ୍କର ସମର୍ପଣ ଭାବ ଯୋଗୁଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି – ସେ ଅଧିକରୁ ଅଧିକ ସଂଖ୍ୟାରେ ନିଜର ମତାଧିକାରକୁ ଉପଯୋଗ କରନ୍ତୁ, ସର୍ବଦା କରନ୍ତୁ ଏବଂ ଦେଶର ଗଣତାନ୍ତ୍ରିକ ପ୍ରଣାଳୀର ଅଂଶବିଶେଷ ହୁଅନ୍ତୁ ଏବଂ ଏହି ପ୍ରଣାଳୀକୁ ସଶକ୍ତ ମଧ୍ୟ କରନ୍ତୁ ।