ଭୁବନେଶ୍ୱର– ନବ ହତ୍ୟା ଷଡ଼ଯନ୍ତ୍ର ନେଇ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ପ୍ରଦୀପ ପୁରୋହିତ । ନବୀନ ପଟ୍ଟନାୟକଙ୍କ ପରେ ଯିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିଲେ ସିଏ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ଆଜି ତାହା ପ୍ରମାଣିତ ହେବାକୁ ଯାଉଛି ବୋଲି କହିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି । ଦୁର୍ଭାଗ୍ୟର ବିଷୟ ସେ ସମୟରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ନିରବ ରହିଲେ । କ୍ଷମତା ଲୋଭ ଓ ସମ୍ପତି ଲୋଭରେ ତଦନ୍ତ ଠିକ ହେଉଥିବା କହିଲେ । ଯଦି ପ୍ରକୃତରେ ତାଙ୍କ ପରିବାର ନବ ଦାସଙ୍କ ହତ୍ୟାକାରୀକୁ ଧରିବାକୁ ଚାହୁଁଛନ୍ତି ତେବେ ଓଡ଼ିଶା ସରକାରଙ୍କ ନିକଟରେ ନିଜ ଅଭିଯୋଗ ଲିଖିତ ଭାବେ ଦିଅନ୍ତୁ । ନବ ଦାସଙ୍କ ହତ୍ୟାକାଣ୍ଡର ଅଧିକ ତଦନ୍ତ ହେବା ଆବଶ୍ୟକ ରହିଛି ଏବଂ ପରଦା ପଛର ଖଳ ନାୟକ ମାନେ ସାମ୍ନାକୁ ଆସିବା ଦରକାର ଅଛି ।
Related Stories
January 19, 2025
January 19, 2025